ନୀଳାଚଳ ଭଜନମାଳା

 

 

 

 

 

 

 

 

 

 

 

ନୀଳାଚଳ ଭଜନମାଳା

ଓଡ଼ିଆ ଭାଷା ପ୍ରତିଷ୍ଠାନ

 

ସୂଚୀପତ୍ର

 

୧.

ବଳଦେବ ସ୍ତୁତି

୨.

ସୁଭଦ୍ରାସ୍ତୁତି

୩.

ଶ୍ରୀ ଶ୍ରୀ ଜଗନ୍ନାଥଷ୍ଟକଂ (ଶଙ୍କରାଚାର୍ଯ୍ୟ)

୪.

ଶ୍ରୀ ସରସ୍ୱତୀ-ସ୍ତୁତି

୫.

ଶ୍ରୀ ଶ୍ରୀ ବିମଳାଷ୍ଟକମ୍‍

୬.

ଦଶାବତାର (ଜୟଦେବ)

୭.

ଆହେ ନୀଳଶଇଳ (ସାଲବେଗ)

୮.

ଶ୍ରୀ ପୁରୁଷୋତ୍ତମ ଯିବା ମନ

୯.

ଥକାମନ ଚାଲ ଯିବା (ସାରିଆ ଭିକ)

୧୦.

ଜଗବନ୍ଧୁ ପରି ଜଣେ ସାମନ୍ତ (ଦୀନକୃଷ୍ଣ ଦାସ)

୧୧.

ଜୟ ଜୟ ଜଗନ୍ନାଥ (ଦୀନକୃଷ୍ଣ ଦାସ)

୧୨.

କାହାକୁ ମୁଁ କରିବଇଁ ସାକ୍ଷୀ (ସାନନ୍ଦ ଦ୍ୱିଜ)

୧୩.

ପତିତପାବନ ବାନା (ଗଜପତି ବୀରକେଶରୀ ଦେବ)

୧୪.

ଭୁଜତଳେ ମୋତେ ରଖ ମହାବାହୁ (ବୀରକେଶରୀ ଦେବ)

୧୫.

ମଣିମା ଶୁଣିମା ହେଉ (ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା)

୧୬.

ଦୁଃଖ ନାଶନ ହେ (ବନମାଳୀ ଦାସ)

୧୭.

ପ୍ରଭୁ କି ସୁନ୍ଦର ଦିଶ (କବି ଆର୍ତ୍ତ ଦାସ)

୧୮.

ପତିତପାବନ ବାନା (ଆର୍ତ୍ତ ଦାସ)

୧୯.

ପତିତ ଜନଙ୍କୁ ଉଦ୍ଧାରିବା ପାଇଁ (ନିତ୍ୟାନନ୍ଦ ଦାସ)

୨୦.

କେହି ସରିକି (କବିସୂର୍ଯ୍ୟ ବଳଦେବ ରଥ)

୨୧.

କୋଠ ଭୋଗଖିଆ (ଖିରୋଦ ଚନ୍ଦ୍ରପୋଥାଳ)

୨୨.

ଚକାନୟନକୁ ପତିତ କେହି (ଚନ୍ଦନ ହଜୁରୀ)

୨୩.

ଆହେ ନୀଳଗିରି (ସାଲବେଗ)

୨୪.

ଚନ୍ଦନ ଲାଗି ସମୟେ (ଶ୍ରୀ ଚନ୍ଦନ)

୨୫.

ଚକାଡୋଳା ଚିକ୍କଣ କଳା (ଭରତ ଦାସ)

୨୬.

ଜଗବନ୍ଧୁ ରଥାଙ୍ଗ ପାଣି (ହରେକୃଷ୍ଣ ସିଂହ ଯୁବରାଜ)

୨୭.

ଦୟାକର ଦୀନବନ୍ଧୁ (ରାମକୃଷ୍ଣ ପଟ୍ଟନାୟକ କବିଚନ୍ଦ୍ର)

୨୮.

ପ୍ରଭୁ ନୀଳାଦ୍ରିବିହାରୀ (ଦିବ୍ୟସିଂହ ଦେବ)

୨୯.

କୃପାସିନ୍ଧୁ ଦୀନବନ୍ଧୁ (ଗୋବିନ୍ଦ ଭଞ୍ଜ)

୩୦.

ଅନୁସରିତ (କବି ଗୋପାଳକୃଷ୍ଣ)

୩୧.

ଦୁଃଖନାଶନ ଗରୁଡ଼ାସନ ହରି (ଗୌରାଚରଣ ଅଧିକାରୀ)

୩୨.

ସତେକି ଏ ଜୀବ ଯିବ (ଅଚ୍ୟୁତାନନ୍ଦ)

୩୩.

ଦେଖ ଗୋ ! ରାଧା ମାଧବ ଚାଲି (ବନମାଳୀ)

୩୪.

ଆହେ ଦୟାମୟ ବିଶ୍ୱ ବିହାରୀ

Image

 

ବଳଦେବ ସ୍ତୁତି

 

ଦୋଭ୍ୟାଂ ଶୋଭିତଳାଙ୍ଗଳଂ ସମୂଷଳଂ କାଦମ୍ୱରୀଚଞ୍ଚଳଂ

ରତ୍ନାଡ଼ମ୍ୱରକୁଣ୍ଡଳଂ ଭୂଜବଳୈରାକାନ୍ତ ଭୂମଣ୍ଡଳମ୍‍

ବକ୍ତ୍ରାଭାମରଚାରୁଗଣ୍ଡୟୁଗଳଂ ନାଗେନ୍ଦ୍ର ଚୂଡୋଜ୍ଜଳମ୍‍

ସଂଗ୍ରାମେ ଚପଳଂ ଶଶାଙ୍କଧବଳଂ ଶ୍ରୀକାମପାଳଂଭଜେ

Image

 

ସୁଭଦ୍ରାସ୍ତୁତି

 

ନାନାଭୂଷଣଭୂଷିତାଂ ସୁମନସାମାନନ୍ଦକଲ୍ଲୋଳିନୀଂ

ଫୁଲ୍ଲେନ୍ଦୀବରନୀଳନୟନାଂଶ୍ରୀରାମକୃଷ୍ଣାନୁଜାଂ

ସର୍ବାଭୀଷ୍ଟବିଧାନଦୀନନିରତାଂ ତ୍ରୈଲୋକ୍ୟସଂମୋହିନୀଂ

ଦେବେଶୀଂଭବଦୁଃଖଦାହଶମନୀଂ ଦେବୀଂ ସୁଭଦ୍ରାଂଭଜେ

Image

 

ଜଗନ୍ନାଥସ୍ତୁତି

 

ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳକମଳେ ରତ୍ନସିଂହାସନସ୍ଥଂ

ସର୍ବାଳଙ୍କାରୟୁକ୍ତଂ ନବଘନରୁଚିରଂ ସଂସ୍ଥିତଂଚାଗ୍ରଜେନ

ଭଦ୍ରାୟାଃ ବାମଭାଗେ ରଥଚରଣୟୁତଂ ବ୍ରହ୍ମରୁନ୍ଦ୍ରେନ୍ଦ୍ରବନ୍ଦ୍ୟଂ

ବେଦାନାଂ ସାରମେକଂସକଳଗୁନଜୁତଂ ବ୍ରହ୍ମଦାରୁ ସ୍ମରାମି

Image

 

ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ଅଷ୍ଟକମ୍‍

ଇନ୍ଦ୍ର ଉବାଚଃ

 

ନମସ୍ତେସ୍ତୁ ମାହାମାୟେ ଶ୍ରୀପୀଠେ ସୁରପୂଜିତେ

ଶଙ୍ଖ ଚକ୍ର ଗଦା ହସ୍ତେ ମହାଲକ୍ଷ୍ମୀ ନମସ୍ତୁତେ

ନମସ୍ତେ ଗରୁଡ଼ାରୂଢ଼େ କୋଳାସୁର ଭୟଙ୍କରୀ

ସର୍ବ ପାପ ହରେ ଦେବୀ ମହାଲକ୍ଷ୍ମୀ ନମସ୍ତୁତେ

ସର୍ବଜ୍ଞ୍ୟେ ସର୍ବ ବରଦେ ସର୍ବ ଦୁଷ୍ଟ ଭୟଙ୍କରୀ

ସର୍ବ ଦୁଖଃ ହରେ ଦେବୀ ମହାଲକ୍ଷ୍ମୀ ନମସ୍ତୁତେ

ସିଦ୍ଧି ବୁଦ୍ଧି ପ୍ରଦେ ଦେବୀ ଭୁକ୍ତି ମୁକ୍ତି ପ୍ରଦାୟିନୀ

ମନ୍ତ୍ର ମୂର୍ତେ ସଦା ଦେବୀ ମହାଲକ୍ଷ୍ମୀ ନମସ୍ତୁତେ

ଆଦ୍ୟନ୍ତରହିତେ ଦେବୀ ଆଦି ଶକ୍ତି ମହେଶ୍ୱରୀ

ଯୋଗଜେ ଯୋଗ ସମ୍ଭୂତେ ମହାଲକ୍ଷ୍ମୀ ନମସ୍ତୁତେ

ସ୍ତୂଳ ସୂକ୍ଷ୍ମ ମହାରୌଦ୍ରେ ମହାଶକ୍ତି ନମସ୍ତୁତେ

ମହାପାପ ହରେ ଦେବୀ ମହାଲକ୍ଷ୍ମୀ ନମସ୍ତୁତେ

ପଦ୍ମାସନେ ସ୍ଥିତେ ଦେବୀ ପରମବ୍ରହ୍ମ ସ୍ୱରୂପିଣୀ

ପରମେଶି ଜଗନ୍ମାତର ମହାଲକ୍ଷ୍ମୀ ନମସ୍ତୁତେ

ଶ୍ୱେତାମ୍ୱରଧରେ ଦେବୀ ନାନାଳଙ୍କାର ଭୂଷିତେ

ଜଗତ ସ୍ଥିତେ ଜଗନ୍ମାତର ମହାଲକ୍ଷ୍ମୀ ନମସ୍ତୁତେ

ମହାଲକ୍ଷ୍ମୀ ଅଷ୍ଟକମ ସ୍ତୋତ୍ରମ ଯଃ ପଠେତ୍‍ ଭକ୍ତିମାନ୍‍ ନରଃ

ସର୍ବ ସିଦ୍ଧି ମବାପ୍ନୋତି ରାଜ୍ୟମ୍‍ ପ୍ରାପ୍ନୋତି ସର୍ବଦା

ଏକକାଳମ୍‍ ପଠେନ୍‍ ନିତ୍ୟମ୍‍ ମହାପାପ ବିନାଶନମ୍‍

ଦ୍ୱିକାଳମ୍‍ ଯଃ ପଠେନ୍ନିତ୍ୟମ ଧନଧାନ୍ୟ ସମନ୍ୱିତଃ

ତ୍ରିକାଳମ୍‍ ଯଃ ପଠେନ୍ନିତ୍ୟମ ମହାଶତ୍ରୁ ବିନାଶନମ୍‍

ମହାଲକ୍ଷ୍ମୀର୍ଭବେନ୍‍ ନିତ୍ୟମ୍‍ ପ୍ରସନ୍ନା ବରଦା ଶୁଭା

Image

 

ଶ୍ରୀ ଶ୍ରୀ ଜଗନ୍ନାଥାଷ୍ଟକଂ

(ଶଙ୍କରାଚାର୍ଯ୍ୟ)

 

କଦାଚିତ୍‍ କାଳିନ୍ଦୀ ତଟବିପିନ ସଙ୍ଗିତ କରବୌ

 

ମୁଦାଭିରି ନାରୀ ବଦନ କମଳା ସ୍ୱାଦ ମଧୂପଃ

 

ରମା ଶମ୍ୱୁ ବ୍ରହ୍ମା ମରପତି ଗଣେଶାର୍ଚିତପଦୌ

 

ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ

।୧।

 

 

ଭୁଜେ ସବ୍ୟେ ବେଣୁଂ ଶିରସି ଶିଖିପିଛଂ କଟିତଟେ

 

ଦୁକୂଳଂ ନେତ୍ରାନ୍ତେ ସହଚର କଟାକ୍ଷଂ କି ଦଧତେ

 

ସଦାଶ୍ରୀମଦ୍‍ ବୃନ୍ଦାବନ ବସତି ଲୀଳା ପରିଚୟୋ

 

ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ

।୨।

 

 

ମହାମ୍ଭୋଧେସ୍ତୀରେ କନକ ରୁଚିରେ ନୀଳଶିଖରେ

 

ବସନ ପ୍ରାସାଦାନ୍ତଃ ସହଜ ବଳଭଦ୍ରେଣ ବଳିନା

 

ସୁଭଦ୍ରା ମଧ୍ୟସ୍ଥଃ ସକଳ ସୁରସେବା ବସରଦୌ

 

ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ

।୩।

 

 

କୃପା ପାରାବାରଃ ସଜଳଜଳଦ ଶ୍ରେଣୀ ରୁଚିରୋ

 

ରମା ବାଣୀ ରାମଃ ସ୍ଫୁରଦମଳ ପଙ୍କେରୁହମୁଖଃ

 

ସୁରେନ୍ଦ୍ରୈରାରାଧ୍ୟ ଶୃତିଗଣ ସିଖା ଗୀତ ଚରିତୋ

 

ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ

।୪।

 

 

ରଥାରୂଢ଼ୋ ଗଛନ୍‍ ପଥିମିଳିତ ଭୂଦେବ ପଟଳୈଃ

 

ସ୍ତୁତିର୍ପ୍ରାଦୁର୍ଭାବମ୍‍ ପ୍ରତିପଦମୁପାକର୍ଣ୍ଣ ସଦୟଃ

 

ଦୟା ସିନ୍ଧୁର୍ବନ୍ଧୁଃ ସକଳ ଜଗତାଂ ସିନ୍ଧୁ ସୁତୟା

 

ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ

।୫।

 

 

ପରଂବ୍ରହ୍ମା ପୀଡ଼କୁବଳୟ ଦଳତ୍‍ଫୁଲ୍ଲୋଁ ନୟନୋ

 

ନିବାସୀ ନୀଳଦ୍ରୌ ନୀହିତ ଚରଣୋଅନ୍ତ ଶିରସି

 

ରସାନନ୍ଦୋ ରାଧା ସରସ ବପୁରାଲିଙ୍ଗନ ସୁଖୋ

 

ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ

।୬।

 

 

ନବୈ ଯାଚେ ରାଜ୍ୟମ ନ ଚ କନକ ମାନିକ୍ୟ ବିଭବଂ

 

ନ ଯାଚେହମ ରମ୍ୟାଂ ସକଳ ଜନକାମ୍ୟାଂ ବରବଧୂମ୍‍

 

ସଦା କାଳେ କାଳେ ପ୍ରମଥ ପତିନା ଗୀତ ଚରିତୋ

 

ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ

।୭।

 

 

ହରତ୍ୱଂ ସଂସାରଂ ଦୃତତରମସାରମ୍‍ ସୁରପତେ

 

ହରତ୍ୱଂ ପାପାନାଂ ବିତତି ମପରାଂ ଯାଦବପତେ

 

 

 

ଅହୋ ଦୀନେ ନାଥେ ନିହିତ ଚରଣୋ ନିଶ୍ଚିତ ପଦମ୍‍

 

ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ

।୮।

ଜଗନ୍ନାଥାଷ୍ଟକମ ପୁଣ୍ୟମ ଯଃ ପଥେତ ପ୍ରୟତଃ ଶୁଚିଃ

ସର୍ବ ପାପ ବିଶୁଦ୍ଧାତ୍ମା ବିଷ୍ଣୁଲୋକଂ ସଃ ଗଛତି

।। ଇତି ଶ୍ରୀ ଜଗନ୍ନାଥାଷ୍ଟକଂ ସମ୍ପୂର୍ଣ୍ଣମ୍‍ ।।

Image

 

ଶ୍ରୀ ସରସ୍ୱତୀ ସ୍ତୁତି

 

ଯା କୁନ୍ଦେନ୍ଦୁ ତୁଷାରହାର ଧବଳା ଯା ଶୁଭ୍ର ବସ୍ତ୍ରାବୃତା

ଯା ବୀଣାବରଦଣ୍ଡମଣ୍ଡିତକରା ଯା ଶ୍ୱେତପଦ୍ମାସନା ।

ଯା ବ୍ରହ୍ମାଚ୍ୟୁତ ଶଂକର ପ୍ରଭୃତିଭିର୍ଦେବୈଃ ସଦା ବନ୍ଦିତା

ସା ମାଂ ପାତୁ ସରସ୍ୱତୀ ଭଗବତୀ ନିଃଶେଷଜାଡ଼୍ୟାପହା ।୧।

ଦୋର୍ଭିର୍ୟୁକ୍ତା ଚତୁର୍ଭିଃ ସ୍ଫଟିକମଣିମୟୀମକ୍ଷମାଳାଂ ଦଧାନା

ହସ୍ତନୈକେନ ପଦ୍ମଂ ସିତମପି ଚ ଶୁକଂ ପୁସ୍ତକଂ ଚାପରେଣ

ଭାସା କୁନ୍ଦେନ୍ଦୁ ଶଂଖସ୍ଫଟିକମଣିନିଭା ଭାସମାନାଅସମାନା

ସା ମେ ବାଗ୍‍ଦେବତେୟଂ ନିବସତୁ ବଦନେ ସର୍ବଦା ସୁପ୍ରସନ୍ନା ।୨।

ଅଶାସୁ ରାଶୀ ଭବଦଂଗବଲ୍ଲି ଭାସୈବ ଦାସୀକୃତ ଦୁଗ୍‍ଧସିନ୍ଧୁମ୍‍

ମନ୍ଦସ୍ମିତୈର୍ନିନ୍ଦିତ ଶାରଦେନ୍ଦୁଂ ବନ୍ଦେରବିନ୍ଦାସନ ସୁନ୍ଦରି ତ୍ୱାମ୍‍ ।୩।

ଶାରଦା ଶାରଦାମ୍ୱୋଜବଦନା ବଦନାମ୍ୱୁଜେ

ସର୍ବଦା ସର୍ବଦାସ୍ମାକଂ ସନ୍ନିଧିଂ କ୍ରିୟାତ୍‍ ।୪।

ସରସ୍ୱତୀଂ ଚ ତାଂ ନୌମି ବାଗଧିଷ୍ଠାତୃ ଦେବତାମ୍‍

ଦେବତ୍ୱଂ ପ୍ରତିପଦ୍ୟନ୍ତେ ଯଦନୁଗ୍ରହତୋ ଜନାଃ ।।୫।।

ପାତୁ ନୋ ନିକଷଗ୍ରାବା ମତିହେମ୍ନଃ ସରସ୍ୱତୀ

ପ୍ରାଜ୍ଞେତରପରିଚ୍ଛେଦଂ ବଚସୈବ କରୋତି ଯା ।୬।

ଶୁଦ୍ଧାଂ ବ୍ରହ୍ମବିଚାରସାରପରମା ମାଦ୍ୟାଂଜଗଦ୍‍ବ୍ୟାପିନୀଂ

ବୀଣାପୁସ୍ତକ ଧାରିଣୀମଭୟଦାଂ ଜାଡ଼୍ୟାନ୍ଧକାରାପହାମ୍‍

ହସ୍ତେ ସ୍ପାଟିକମାଳିକାଂ ବିଦଧତୀଂ ପଦ୍ମାସନେ ସଂସ୍ଥିତାଂ

ବନ୍ଦେ ତାଂ ପରମେଶ୍ୱରୀଂ ଭଗବତୀଂ ବୁଦ୍ଧିପ୍ରଦାଂ ଶାରଦାମ୍‍ ।୭।

ବୀଣାଧରେ ବିପୁଳମଂଗଳଦାନଶୀଳେ

ଭକ୍ତାର୍ତିନାଶିନି ବିରିଂଚିହରୀଶବନ୍ଦ୍ୟେ

କୀର୍ତ୍ତିପ୍ରଦେଖିଳମନୋରଥଦେ ମହାର୍ହେ

ବିଦ୍ୟାପ୍ରଦାୟିନି ସରସ୍ୱତି ନୌମି ନିତ୍ୟମ୍‍ ।୮।

ଶ୍ୱେତାବ୍‍ଜପୂର୍ଣ୍ଣ ବିମଳାସନ ସଂସ୍ଥିତେ ହେ

ଶ୍ୱେତାମ୍ୱରାବୃତମନୋହରମଂଜୁଗାତ୍ରେ

ଉଦ୍ୟନ୍ମନୋଜ୍ଞ ସିତପଂକଜମଂଜୁଳାସ୍ୟେ

ବିଦ୍ୟାପ୍ରଦାୟିନି ସରସ୍ୱତି ନୌମି ନିତ୍ୟମ୍‍ ।୯।

ମାତସ୍ତ୍ୱଦୀୟ ପଦପଂକଜ ଭକ୍ତିୟୁକ୍ତା

ଯେ ତ୍ୱାଂ ଭଜନ୍ତି ନିଖିଳାନପରାନ୍‍ବିହାୟ

ତେ ନିର୍ଜରତ୍ୱମିହ ଯାନ୍ତି କଳେବରେଣ

ଭୂବହ୍ନି ବାୟୁ ଗଗନାମ୍ୱୁର୍ବିନିର୍ମିତେନ ।୧୦।

ମୋହାନ୍ଧକାର ଭରିତେ ହୃଦୟେ ମଦୀୟେ

ମାତଃ ସଦୈବ କୁରୁ ବାସମୁଦାରଭାବେ

 

ସ୍ୱୀୟାଖିଳାବୟବ ନିର୍ମଳସୁପ୍ରଭାଭିଃ

ଶୀଘ୍ରଂ ବିନାଶୟ ମନୋଗତମନ୍ଧକାରମ୍‍ ।୧୧।

ବ୍ରହ୍ମା ଜଗତ୍‍ ସୃଜତି ପାଳୟତୀନ୍ଦିରେଶଃ

ଶମ୍ୱୁର୍ବିନାଶୟତି ଦେବି ତବ ପ୍ରଭାବୈଃ

ନ ସ୍ୟାତ୍‍କୃପା ଯଦି ତବ ପ୍ରକଟପ୍ରଭାବେ

ନ ସ୍ୟୁଃ କଥଂଚିଦପି ତେ ନିଜକାର୍ଯ୍ୟଦକ୍ଷାଃ ।୧୨।

ଲକ୍ଷ୍ମିର୍ମେଧା ଧରା ପୁଷ୍ଟିର୍ଗୌରୀ ତୃଷ୍ଟି ପ୍ରଭା ଧୃତିଃ

ଏତାଭିଃ ପାହି ତନୁଭିରଷ୍ଟଭିମାଂ ସରସ୍ୱତୀ

ସରସ୍ୱତୈ ନମୋ ନିତ୍ୟଂ ଭଦ୍ରକାଳ୍ୟୈ ନମୋ ନମଃ

ବେଦ ବେଦାନ୍ତ ବେଦାଂଗ ବିଦ୍ୟାସ୍ଥାନେଭ୍ୟ ଏବ ଚ ।୧୩।

ସରସ୍ଵତୀ ମହାଭାଗେ ବିଦ୍ୟେ କମଳଲୋଚନେ

ବିଦ୍ୟାରୂପେ ବିଶାଳାକ୍ଷି ବିଦ୍ୟାଂ ଦେହି ନମୋସ୍ତୁତେ

ଯଦକ୍ଷର ପଦଭ୍ରଷ୍ଟଂ ମାତ୍ରାହୀନଂ ଚ ଯଦ୍‍ଭବେତ୍‍

ତତ୍‍ସବଂ କ୍ଷମ୍ୟତାଂ ଦେବି ପ୍ରସୀଦ ପରମେଶ୍ୱରି ।୧୪।

 

।। ଇତି ଶ୍ରୀସରସ୍ୱତୀ ସ୍ତୋତ୍ରଂ ସଂପୂର୍ଣ୍ଣା ।।

Image

 

ଶ୍ରୀ ଶ୍ରୀ ବିମଳାଷ୍ଟକମ୍‍

 

ସର୍ବମଙ୍ଗଳ ମାଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ

ଶରଣ୍ୟେ ତ୍ର୍ୟମ୍ୱକେ ଗୌରୀ ନାରାୟଣୀ ନମୋସ୍ତୁତେ

।।

ସୃଷ୍ଟି ସ୍ଥିତି ବିନାଶନତ୍ମ ଶକ୍ତିଭୁତେ ସନାତନୀ

ଗୁଣାଶ୍ରୟେ ଗୁଣମୟୀ ନାରାୟଣୀ ନମୋସ୍ତୁତେ

।।

ଶରଣାଗତ ଦୀନାର୍ତ୍ତ ପରିତ୍ରାଣ ପରାୟଣେ

ସର୍ବସ୍ୟାର୍ତ୍ତିହରେ ଦେବୀ ନାରୟଣୀ ନମୋସ୍ତୁତେ

।।

ଆଦ୍ୟଦେବୀ ପରତ୍ପରା ଭଗବତୀ ମାତା କୃପାସାଗରୀ

ବ୍ରହ୍ମାନନ୍ଦପ୍ରଦାୟିନୀ ହରବଧୂଃ ଷଟ୍‍ଚକ୍ରଚକ୍ରେଶ୍ୱରୀ

।।

ମାୟାମୋହମୟୀ ଜନୋଦୟକାରୀ ବ୍ରହ୍ମାଣ୍ଡଭାଣ୍ଡୋଦରୀ

ତ୍ରାହୀ ମାଂ ବିମଳେ ସଦା ସୁଖକରୀ ଶ୍ରୀକ୍ଷେତ୍ରରାଜେଶ୍ୱରୀ

।।

ଉଦ୍ୟତଚନ୍ଦ୍ର ପ୍ରଭାକରୀ ଅଭୟଦା ଶ୍ରୀପାଦପୀଠେଶ୍ୱରୀ

ଦାରୁବ୍ରହ୍ମ ବିନୋଦିନୀ ତୁ ତ୍ରିପୁରା ପ୍ରତ୍ୟକ୍ଷମାହେଶ୍ୱରୀ

।।

ଭକ୍ତୋନ୍ମାଦ ପରାୟଣାତି ପରମା ବିଶ୍ୱେଶିମାତେଶ୍ୱରୀ

ତ୍ରାହୀ ମାଂ ବିମଳେ ସଦା ସୁଖକରୀ ଶ୍ରୀକ୍ଷେତ୍ରରାଜେଶ୍ୱରୀ

।।

ହସ୍ତେ ବ୍ୟାଳବଳା ଜୀବୋତ୍ତମ କରା ଚନ୍ଦ୍ରାଂଶୁ ବିମ୍ୱାଧରୀ

ପ୍ରାଣକୁମ୍ଭ କରାନ୍ୱିତା ତୁ ଜନନୀ ପ୍ରାଣସ୍ୟ ପ୍ରାଣେଶ୍ୱରୀ

।।

ସର୍ବାନନ୍ଦକରୀ ଦୃଶା ଶୁଭକରୀ ରତ୍ନାଢ୍ୟ ମାଳାଧରୀ

ତ୍ରାହୀ ମାଂ ବିମଳେ ସଦା ସୁଖକରୀ ଶ୍ରୀକ୍ଷେତ୍ରରାଜେଶ୍ୱରୀ

।।

ଆର୍ତ୍ତତ୍ରାଣକରୀ ସଦା ଶିବକରୀ କୈବଲ୍ୟ ଲୋଲୁପିନୀ

ନାନାଚିତ୍ର ବିଚିତ୍ର ଭୂଷଣଧରୀ କାରୁଣ୍ୟ ପୁର୍ଣେଶ୍ୱରୀ ।

।।

କୌମାରୀ କରୁଣାମୟୀ ତ୍ରିଲହରୀ ନୀଳାଦ୍ରି ଗୂହେଶ୍ୱରୀ

ତ୍ରାହୀ ମାଂ ବିମଳେ ସଦା ସୁଖକରୀ ଶ୍ରୀକ୍ଷେତ୍ରରାଜେଶ୍ୱରୀ

।।

ଲଜ୍ଜା ପୁଷ୍ଟିକରୀ ତୁ ଶାନ୍ତିକୁହରୀ କ୍ଷାନ୍ତିପ୍ରଦା ଶଙ୍କରୀ

ଶକ୍ତିଯନ୍ତ୍ର କୁଳେଶ୍ୱରୀ ଶୁଭକରୀ ହ୍ରୀଁବୀଜ ମନ୍ତ୍ରାକ୍ଷରୀ

।।

ବିଦ୍ୟାଦାନକରୀ ହରିସହଚରୀ ଯୋଗେଶ୍ୱରୀ ଭ୍ରାମରୀ

ତ୍ରାହୀ ମାଂ ବିମଳେ ସଦା ସୁଖକରୀ ଶ୍ରୀକ୍ଷେତ୍ରରାଜେଶ୍ୱରୀ

।।

ଦରିଦ୍ରାନଳଧ୍ୱଂସିନୀ ଭଗବତୀ ବିଜ୍ଞ୍ୟାନଦୀପାଙ୍କୁରୀ

ଧତାଶକ୍ତିଧରୀ ମହେଶ ଗୃହିଣୀ କୌମାରୀ ସମ୍ପତ୍‍କରୀ

।।

ଗୋବିନ୍ଦାଙ୍ଗ ବିହାରିଣୀ ଚ ଜନନୀ ଜଜ୍ଞ୍ୟୋଦ୍‍ଭବା ଶୂକରୀ

ତ୍ରାହୀ ମାଂ ବିମଳେ ସଦା ସୁଖକରୀ ଶ୍ରୀକ୍ଷେତ୍ରରାଜେଶ୍ୱରୀ

।।

କର୍ପୂରାଗୁରୁ କସ୍ତୁରୀ ରୁଚିକରୀ କାଦମ୍ୱିନୀ ସୁନ୍ଦରୀ ।

ନାନାରତ୍ନ ବିମଣ୍ଡିତା ବିଭବଦା ସୌଦାମିନୀ ଶର୍ବରୀ

।।

ଭକ୍ତାନନ୍ଦ ହରୀହ୍ୟରିକ୍ଷୟକରୀ ଧର୍ମାର୍ଥ ଶ୍ରଦ୍ଧାକରୀ

ତ୍ରାହୀ ମାଂ ବିମଳେ ସଦା ସୁଖକରୀ ଶ୍ରୀକ୍ଷେତ୍ରରାଜେଶ୍ୱରୀ

।।

ଇତି ଶ୍ରୀ ପୁରୁଷୋତ୍ତମରକ୍ଷିତ ବିରଚିତ ବିମଳାଷ୍ଟକମ ସମ୍ପୂର୍ଣ୍ଣମ୍‍

Image

 

ଦଶାବତାର

(ଜୟଦେବ)

ପ୍ରଳୟପୟୋଧିଜଳେ ଧୃତବାନସି ବେଦମ୍‍ । ବିହିତ ବହିତ୍ର ଚରିତ୍ରମ ଖେଦମ୍‍ ।।

କେଶବ ଧୃତ ମୀନଶରୀର ଜୟ ଜଗଦୀଶ ହରେ ।। ୧ ।।

କ୍ଷିତିରତିବିପୁଳତରେ ତବ ତିଷ୍ଠତି ପୃଷ୍ଠେ । ଧରଣିଧରଣକିଣ ଚକ୍ର ଗରିଷ୍ଠେ ।।

କେଶବ ଧୃତକଛପରୂପ ଜୟ ଜଗଦୀଶ ହରେ ।। ୨ ।।

ବସତି ଦଶନଶିଖରେ ଧରଣୀ ତବ ଲଗ୍ନା । ଶଶିନି କଳଙ୍କକଳେବ ନିମଗ୍ନା ।।

କେଶବ ଧୃତଶୂପରରୂପ ଜୟ ଜଗଦୀଶ ହରେ ।। ୩ ।।

ତବ କରକମଳବରେ ନଖମଭୁତଶୃଙ୍ଗମ୍‍ । ଦଳିତ ହିରଣ୍ୟକଶିପୁ ତନୁ ଭୃଙ୍ଗମ୍‍ ।।

କେଶବ ଧୃତନରହରିରୂପ ଜୟ ଜଗଦୀଶ ହରେ ।। ୪ ।।

ଛଳୟସି ବିକ୍ରମଣେ ବଳିମଭୁତ ବାମନ । ପଦନଖନୀରଜନିତଜନପାବନ ।।

କେଶବ ଧୃତ ବାମନରୂପ ଜୟ ଜଗଦୀଶ ହରେ ।। ୫ ।।

କ୍ଷତ୍ରିୟରୁଧିରମୟେ ଜଗଦପଗତପାପମ୍‍ । ସ୍ନପୟସି ପୟସି ଶମିତଭବତାପମ୍‍ ।।

କେଶବ ଧୃତଭୃଗୁପତିରୂପ ଜୟ ଜଗଦୀଶ ହରେ ।। ୬ ।।

ବିତରସି ଦିକ୍ଷୁ ରଣେ ଦିକ୍‍ପତିକମନୀୟମ୍‍ । ଦଶମୁଖ ମୌଳିବଳିଂ ରମଣୀୟଂ ।।

କେଶବ ଧୃତରାମଶରୀର ଜୟ ଜଗଦୀଶ ହରେ ।। ୭ ।।

ବହସି ବପୁଶି ବିଶଦେ ବସନଂ ଜଳଦାଭମ୍‍ । ହଳହତି ଭୀତି ମିଳିତୟମୁନାଭମ୍‍ ।।

କେଶବ ଧୃତହଳଧରରୂପ ଜୟ ଜଗଦୀଶ ହରେ ।। ୮ ।।

ନିନ୍ଦତି ୟଜ୍ଞବିଧେରହହ ଶ୍ରୁତିଜାତମ୍‍ । ସଦୟହୃଦୟଦର୍ଶିତପଶୁଘାତମ୍‍ ।।

କେଶବ ଧୃତବୁଦ୍ଧଶରୀର ଜୟ ଜଗଦୀଶ ହରେ ।। ୯ ।।

ମୋଁଛନିବହନିଧନେ କଳୟସି କରବାଳମ୍‍ । ଧୂମକେତୁମିବ କିମପି କରାଳମ୍‍ ।।

କେଶବ ଧୃତକଳ୍କୀଶରୀର ଜୟ ଜଗଦୀଶ ହରେ ।। ୧୦ ।।

ଶ୍ରୀଜୟଦେବକବେରିଦମୁଦିମୁଦାରମ୍‍ । ଶୃଣୁ ସୁଖଦଂ ଶୁଭଦଂ ଭବସାରମ୍‍

କେଶବ ଧୃତଦଶବିଧରୂପ ଜୟ ଜଗଦୀଶ ହରେ ।। ୧୧ ।।

 

ବେଦାନୁଧରତେ ଜଗନ୍ନିବହତେ ଭୂଗୋଳମୁଦ୍‍ ବିଭ୍ରତେ

 

ଦୈତ୍ୟଂ ଦାରୟତେ ବଳିଂ ଛଳୟତେ କ୍ଷତ୍ରକ୍ଷୟଂ କୁର୍ବତେ

ପୌଲସ୍ତ୍ୟଂ ଜୟତେ ହଳଂ କଳୟତେ କାରୁଣ୍ୟମାତନ୍ୱତେ

 

ମୋଁଛାନ୍‍ ମୁର୍ଛୟତେ ଦଶାକୃତିକୃତେ କୃଷ୍ଣାୟ ତୁଭ୍ୟଂ ନମଃ

।।

Image

 

ଆହେ ନୀଳଶଇଳ

(ସାଲବେଗ)

 

ଆହେ ନୀଳଶଇଳ ପ୍ରବଳ ମତ୍ତବାରଣ,

ମୋ ଆରତ ନଳିନୀବନୁ କର ଦଳନ ।

ଗଜରାଜ ଚିନ୍ତାକଲା ଥାଇ ଘୋର ଜଳେଣ,

ଚକ୍ରପେଷି ନକ୍ରନାଶି ଉଦ୍ଧାରିଲ ଆପଣ ।

ଘୋରବନେ ମୃଗୁଣୀକି ପଡ଼ିଥିଲା କଷଣ

କେଡେ ବଡ଼ ବିପତ୍ତିର କରିଅଛ ତାରଣ ।

କୁରୁସଭାତଳେ ଶୁଣି ଦୌପଦିର ଜଣାଣ

କୋଟିବସ୍ତ୍ର ଦେଇ ହେଳେ ଲଜ୍ଜା କଲ ବାରଣ ।

ରାବଣର ଭାଇ ବିଭୀଷଣ ଗଲା ଶରଣ

ଶରଣ ସମ୍ଭାଳି ତାକୁ ଲଙ୍କେ କଲ ରାଜନ ।

ପ୍ରହଲ୍ଲାଦ ପିତା ସେ ଯେ ବଡ଼ ଦୁଷ୍ଟ ଦାରୁଣ

ସ୍ତମ୍ଭରୁ ବାହାରି ତାକୁ ବିଦାରିଲ ତକ୍ଷଣ ।

କହେ ସାଲବେଗ ହୀନ ଜାତିରେ ମୁଁ ଜବନ,

ଶ୍ରୀରଙ୍ଗା ଚରଣ ତଳେ କରୁଅଛି ଜଣାଣ ।

 

(ସାଲବେଗ ଜଗନ୍ନାଥଙ୍କ ସୁପରିଚିତ ଭକ୍ତ । ଜାତିରେ ଯବନ ହୋଇ ମଧ୍ୟ ପ୍ରଭୁଙ୍କ ପାଇଁ ଅନ୍ତରରେ ଯେଉଁ ବ୍ୟାକୁଳତା ସେ ପ୍ରଦର୍ଶନ କରିଛନ୍ତି ତାହା ଅନନ୍ୟ, ଅତୁଳନୀୟ । ଆଜି ପ୍ରଭୁଙ୍କ ସମ୍ମୁଖରେ ଜଗମୋହନରେ ଭକ୍ତ କଣ୍ଠରୁ ଏ କବିତା ଆବୃତି ଶୁଣିଲେ ହୃଦୟ ଆପେ ତଲ୍ଲୀନ ହୋଇଯାଏ । ଧନ୍ୟ ଭକ୍ତକବି, ଧନ୍ୟ ତୁମ୍ଭର ରଚନା ।)

Image

 

ଶ୍ରୀ ପୁରୁଷୋତ୍ତମ ଯିବା ମନ

 

ଶ୍ରୀ ପୁରୁଷୋତ୍ତମ ଯିବା ମନ

ସାଙ୍ଗ ହୋଇଥିବା ପାଞ୍ଚଜଣ

ତୁନି ହୋଇଥିବା କେହି ନ ଜାଣିବେ

ବସି ଭାଳୁଥିବା ମନେ ମନ-ପ୍ରଭୁ ପାଞ୍ଚଜଣ

ଦାଣ୍ଡକୁ ଫିଟିଛି ସିଂହଦ୍ୱାର

ବାଇଶି ପାହାଚ ତଳ କର

କଳ୍ପବଟ ମୂଳେ ଅନନ୍ତଶଯ୍ୟାରେ

ମୁକୁତି ମଣ୍ଡପ ବିମ୍ୱାଧର-ପ୍ରଭୁ ଲୟେ କର

ସାଜେଣି ହୋଇଛି ତିନି ରଥ

ପାଟ ପତନି ମଣ୍ଡଣି ନେତ

ସୁବର୍ଣ୍ଣ କଳସ ଉପରେ ଚିରାଳ

ଫର ଫର ଉଡ଼େ ବାନା ନେତ ପ୍ରଭୁ ତିନି ରଥ

ଶରଧା ବାଲିକି ଶୋଭାବନ

ତାଳଧ୍ୱଜରେ କି ବଳରାମ

ରଙ୍ଗ ସଭାତଳେ କଂସକୁ ମାଇଲେ

ରାମକୃଷ୍ଣ ଏହି ବେନି ଜନପ୍ରଭୁ ବଳରାମ

ଏହି ଜଗନ୍ନାଥ ଗୋପପୁରେ

ବତ୍ସା ରଖିଥିଲେ ନନ୍ଦଘରେ

କଂସର କଟକେ ଅଷ୍ଟମଲାଁ ମାରି

ଗିରି ଟେକିଛନ୍ତି ବାମ କରେ ପ୍ରଭୁ ଗୋପପୁରେ

ଶ୍ରୀକୃଷ୍ଣ ଚରଣେ ଆଶାକରି

ହୃଦେ ବୋଲୁଥାଇ ହରି ହରି

କହେ ଜଗନ୍ନାଥ ଚରଣେ ଶରଣ

ଆଜ୍ଞାହେଉ ପ୍ରଭୁ ନୀଳଗିରି ପ୍ରଭୁ ଦେବ ହରି

Image

 

ଥକାମନ ଚାଲ ଯିବା

(ସାରିଆ ଭିକ)

 

ଥକାମନ ଚାଲ ଯିବା,

ଚକାନୟନ ଦେଖିବା

ଶଙ୍ଖନାଭି ମଣ୍ଡଳ ରେ

ବେନି ନେତ୍ର ପଖାଳିବ (ଘୋଷା)

ବାଟରେ ବାଟମଙ୍ଗଳା,

ଦେଖିବା ଅଠର ନଳା

ପାଞ୍ଚମନ ଏକମେଳା,

ନରେନ୍ଦ୍ର ସ୍ନାନ କରିବା

ପହଞ୍ଚିବା ବଡ଼ଦାଣ୍ଡେ,

ସେ ରେଣୁ ପାଇବା ତୁଣ୍ଡେ

ଛତାତଳେ ରହି ଦଣ୍ଡେ,

ସାଧୁଙ୍କ ସେବା କରିବା

ସିଂହ ଦ୍ୱାରେ ଭିଡାଭଡ଼ି,

ବାଜୁଅଛି ବେତବାଡ଼ି

ଠେଲି ଦେଇ ଯିବା ମାଡ଼ି,

ଧକ୍କା ବାଜିଲେ ସହିବା

ବାଇଶି ପାବଛେ ବିକା,

ହେଉଚି କୈବଲ୍ୟ ଚୋଖା

ହାଣ୍ଡିକ ପଡ଼େ ସୀଉକା,

ମନରଙ୍କା ଛଡ଼ାଇବ

ଗରୁଡ଼ ପଛରେ ଦେଖ,

ଦିଶୁଛି କଳା ଶ୍ରୀମୁଖ

କହଇ ସାରିଆ ଭିକ,

ବଳରାମଙ୍କୁ କହିବା

 

(ସପ୍ତଦଶ ଶତାବ୍ଦୀର ସାରିଆ ଭିକ ଏହି ଗୋଟିଏ ମାତ୍ର ଭଜନକୁ ରଚନା କରି ଓଡିଆ ଭଜନ ସାହିତ୍ୟରେ ସୁପ୍ରସିଦ୍ଧ । ତତ୍କାଳୀନ ପୂରୀର ଦୃଶ୍ୟ ଓ ଭକ୍ତାନୁଚିନ୍ତାର ପରିଚୟ ଏଥିରୁ ମିଳିଯାଉଛି )

Image

 

ଜଗବନ୍ଧୁ ପରି ଜଣେ ସାମନ୍ତ

(ଦୀନକୃଷ୍ଣ ଦାସ)

 

ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ତ

ଚଉଦ ଭୂବନ ବାରତା ଜାଣନ୍ତି,

ଚକ୍ରରେ ଛେଦନ୍ତି ଆରତ (ଘୋଷା)

ଯେତେବେଳେ କୃଷ୍ଣ ଗୋପପୁରେ ଥିଲେ,

ଅକୃର ଆଣିଣ ଗଲାତ

ଗାଈ ଦୁହୁଁ ଦୁହୁଁ କେଶ ଫିଟିଗଲା,

ଚତୁର୍ଭୁଜ ହେଲେ ଅନନ୍ତ

ସୁଗ୍ରୀବର ସଙ୍ଗେ ମଇତ୍ର ହୋଇଣ,

ବାଳୀକି ବିନାଶ କଲେ ତ

ରାବଣ ଭ୍ରାତା ଯେ ଶରଣ ପଶିଲା,

ଲଙ୍କାଗଡ଼ ତାକୁ ଦେଲେ ତ

କୁରୁସଭା ତଳେ ଦ୍ରୌପଦୀ ଚିନ୍ତିଲା,

କୋଟି ବସ୍ତ୍ର ଦିଆଇଲେତ

ଭାରତ ଯୁଦ୍ଧରେ ଭରତିୟା ପକ୍ଷୀ,

ଘଣ୍ଟା ଘୋଡ଼ାଇ ରଖିଲେ ତ

ଏମନ୍ତ ସାମନ୍ତ ତ୍ରିଭୂବନେ ନାହିଁ,

ନାଶନେ ଆରତୀ ଆରତ

କହେ ଦୀନକୃଷ୍ଣ ଦାସ ଯେ ଶ୍ରୀକୃଷ୍ଣ,

ପଦ୍ମ ପାଦ ଚିତ୍ତେ ଧ୍ୟାୟି ତ

Image

 

ଜୟ ଜୟ ଜଗନ୍ନାଥ

(ଦୀନକୃଷ୍ଣ ଦାସ)

 

ଜୟ ଜୟ ଜଗନ୍ନାଥ ନୀଳଗିରି ପତି

ଅଭିନବ ଜଳଧର ସୁନ୍ଦର ମୂରତି

ସୁସଞ୍ଚ ଠାଣିରେ ଶୋହେ ସୁବର୍ଣ୍ଣର ସୂତା

ଚୂଳରେ ଦୟଣା ଗଭା କସ୍ତୁରୀର ଚିତା ହେ

ଢଳ ଢଳ ଦିଶଇ ମୁକୁତା କଣ୍ଠିମାଳ

ଶ୍ରବଣ ପୁଟରେ ବେନି ମର୍କତ କୁଣ୍ଡଳ ହେ

ନବରତ୍ନ ପଦକ ବେନି ଭୁଜରେ ଭଲା ସାଜେ

ମର୍କତ କଙ୍କଣ ବେନି ଭୁଜରେ ବିରାଜେ ହେ

ରୂପକୁ ନୁହଇ ଲକ୍ଷ କୋଟିଏ ମଦନ

ରଙ୍ଗ ଅଧରକୁ ଶୋହେ ଡାଳିମ୍ୱ ଯେସନ ହେ

କଚଟି ବାହୁଟି କେ ବିବିଧ ରତ୍ନ ଜଡି

ଦୟଣାର ଧଣ୍ଡାମାଳ ହୃଦଯାଏଁ ପଡ଼ି ହେ

କଳାମୁଖ ଗୋଟିକି ସୁନ୍ଦର ଚକାଡ଼ୋଳା

ପଦ୍ମଫୁଲ ଭିତରେ କି ଭୃଙ୍ଗଜରେ ଖେଳା ହେ

ଶଙ୍ଖ ଚକ୍ର ଗଦା ପଦ୍ମ ଚତୁର୍ଭୁଜେ ଶୋହେ

କୋଟିଏ କନ୍ଦର୍ପ ରୂପ ତ୍ରିଭୁବନ ମୋହେ ହେ

ଭକତ ଜନ ସଙ୍ଖାଳି ମୁକତିର ଘର

ଶରଣ ମାଗଇ ଦୀନକୃଷ୍ଣ ଦାସ ଛାର ହେ

Image

 

କାହାକୁ ମୁଁ କରିବଇଁ ସାକ୍ଷୀ

(ସାନନ୍ଦ ଦ୍ୱିଜ)

 

କାହାକୁମୁଁ କରିବଇଁ ସାକ୍ଷୀ, ହେ ଚକାଆଖି (ଘୋଷା)

ଡାକିଲେ ନାମ ଆରତେ ନ ଶୁଣ କିମ୍ପା ତୁରିତେ

କି ବିଚାରି ହୃଦଗତେ ନ ଡେର ଶ୍ରବଶ ପଥେ

ଜପି ନାମ କଣ୍ଠ ଗଲା ଶୁଖି ହେ

ମୋ ଶୋଷ ଘଟ ମାତର ତୁମ୍ଭ କୃପା ଅକୃପାର

ରଖିଛ ରଙ୍କ ଉଦର ତୃଷା ନ ହରଇ ମୋର

ହେଉଅଛ ନିଷ୍ଠୁର କାହିଁକି ହେ

ନେବ ବୋଲି କିଛି ଲାଞ୍ଚ, ମନେ କରିଅଚ ପାଞ୍ଚ

ସେ କଥା ମନରୁ ମୁଞ୍ଚ ବଳିଗଲା ମନ ସ ଛ

ଗୋପପୁରେ ପୟ ସର ଚାଖି ହେ

ପାଇ ନାନା ଉପବନ ହେବାରେ ହରଷ ମନ

ଅଳସ କି ଅପଘନ ଘାରିଲା ନିଦାନୟନ

ନ ଆଣୁଛ ସେ କାରଣୁ ନିକି ହେ

କହଇ ସାନନ୍ଦ ଦ୍ୱିଜ ଆହେ ପ୍ରଭୁ ଚତୁର୍ଭୁଜ

ଗଲାଣି କି ପୂର୍ବ ତେଜ ଦୁଃଖୀ ଦୁଃଖ ଯା ନ ବୁଝ

ହୋଇବାରୁ ନୀଳଚଳେ ସୁଖୀ ହେ

 

(କବି ହୁଏତ ଅଜ୍ଞାତ ହୋଇପାରନ୍ତି, କିନ୍ତୁ କବିପ୍ରାଣ ସବୁବେଳେ ମୁକୁଳିତ । ସାନନ୍ଦ ଦ୍ୱିଜଙ୍କ ମୁକୁଳା ପ୍ରାଣର ଆବେଗ କବିତାରେ ବେଶ୍‍ ରୂପାୟିତ ।)

Image

 

ପତିତପାବନ ବାନା

(ଗଜପତି ବୀରକେଶରୀ ଦେବ)

 

ପତିତପାବନ ବାନା ଆଉ କେତେ ବେଳକୁ

ଭାସିଗଲି ଭବ ଜଳେ ନାବ ଦିଅ କୂଳକୁ

।।

ରୋପିବାର ବୃକ୍ଷଗୋଟି କାଟୁଅଛ ମୂଳକୁ

ତିନିପୁରେ ଅପକୀର୍ତ୍ତୀ ହେବ ଆଦି ମୂଳକୁ

।।

ଦୂରେ ଥାଇ ଡାକଦେଲେ ଡେରିଥାଅ କର୍ଣ୍ଣକୁ

ନିକଟରେ ନ ଶୁଣିଲେ ମୋ କର୍ମ ଅବଳକୁ

।।

ଲକ୍ଷେ ଯୋଜନରେ ଗଜ ଡାକ ଦେଲା ତୁମ୍ଭଙ୍କୁ

ନକ୍ର ନାଶିବାକୁ ଚକ୍ର ଦେଲେ ପେଷି ଜଳକୁ

।।

ଦୌପଦୀ ଯେ ଚିନ୍ତା କଲା ବିବସନ ବେଳକୁ

କୋଟିବସ୍ତ୍ର ଦେଲ ପ୍ରଭୁ ତୁମ୍ଭେ ସେତେ ବେଳକୁ

।।

ନକ୍ଷତ୍ର ଦିହୁଡ଼ି ଜଳେ ସନ୍ଧ୍ୟାଦୀପ ବେଳକୁ

ଲମ୍ୱିଛି ଦୟଣାମାଳ ପଦ୍ମପାଦ ତଳକୁ

।।

ଯୋଗୀଜନମାନେ ହୃଦେ ଧ୍ୟାଉଛନ୍ତି ଯାହାକୁ

ଭଣିଲେ ବୀରକେଶରୀ ଆଶା ପାଦ ତଳକୁ

।।

 

 

(ଗଜପତି ବୀରକେଶରୀ ଦେବ ଜଣେ ଅନ୍ତରଙ୍ଗ ଭକ୍ତ । ଏହି ଭକ୍ତିବାଦ ତାଙ୍କର ବହୁ ପଦ୍ୟାବଳୀରେ ପ୍ରକାଶ ପାଇଛି ଏବଂ ଜନମୁଖରେ ତାହା ଆଦୃତ ହୋଇଛି । ଜଗନ୍ନାଥ ଭଜନ ସାହିତ୍ୟରେ ଏଗୁଡ଼ିକ ମୂଲ୍ୟବାନ୍‍ ।)

Image

 

ଭୁଜତଳେ ମୋତେ ରଖ ମହାବାହୁ

(ବୀର କେଶରୀ ଦେବ)

 

ଭୁଜତଳେ ମୋତେ ରଖ ମହାବାହୁ

ବାହୁ ତଳେ ମୋତେ ରଖ ।

ବିପୁଳ ଭୁଜ ବିସ୍ତାରି ଦେଲେ ଛାର

କି କରି ପାରିବ ଦୁଃଖ (ଘୋଷା)

ସଜ ହୋଇଥିବ ନନ୍ଦୀଘୋଷ ରଥ

ମୁଁ ଥିବି ତୁମ୍ଭ ସେବାରେ

ତୁମ୍ଭେ ଦୀନବନ୍ଧୁ ! ନିର୍ଦ୍ଧୟ ହୋଇଲେ

କି ବୋଲିବେ ଏ ସଂସାରେ

ଏ ଗଜ ରାଜି-କ୍ଷତି ପତି ସମ୍ପତି

ରତିଏ ରୁଚଇ ନାହିଁ

ଭୁବନ ମୋହନ ଚକାନୟନକୁ

ଯେତେବେଳେ ଦିଏ ନାହିଁ ।

ଦିନକୁ ଦିନ ତ ଦୁଃଖ ଅତିରେକ

ସୁଖ ତ ଦିଶଇ ନାହିଁ

ଭାସି ଯାଉଅଛି ଏ ଭବ ସାଗରେ

ରକ୍ଷାକର ଭାବଗ୍ରାହୀ ।

ଶ୍ରୀ କ୍ଷେତ୍ର ନବରେ ମହା ଐଶର୍ଯ୍ୟରେ

ଥିଲେ ହେଁ କମଳା ସାଇଁ

ବାଇଶି ପାବଛ ନ ଉଠିବା ଯାଏଁ

ଆନନ୍ଦ ନ ପାଏ କାହିଁ ।

ସେବାରୁ ଅନ୍ତର ହେଲି ଯେତେ ପ୍ରଭୁ

ଏ ପ୍ରାଣ ଥିବ କିମ୍ପାଇଁ

ଓହାଁଇ ନ ଦିଅ କିମ୍ପା ମୋ ମଥାରୁ

ଜଞ୍ଜାଳ ଭାର ଗୋସାଇଁ ।

ମୁଁ ଛାର ପତିତ ଭରସା ରଖିଛି

ଶ୍ରୀ ରଙ୍ଗା ଚରଣ ତଳେ

ଶ୍ରୀ ବୀରକେଶରୀ ମହାରାଜା ଭଣେ

ଦୟାକର ଏତେ ବେଳେ ।

Image

 

ମଣିମା ଶୁଣିମା ହେଉ

(ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା)

 

ମଣିମା ଶୁଣିମା ହେଉ ଗରିବ ଡାକ

ନିରକ୍ଷଜନକୁ ରଖ ପଙ୍କଜମୁଖ

କୃପାସାଗର କାହିଁକି ମୋବେଳକୁ ଗଲ ଶୁଖି

ଜାଣିଲି ମୋ କର୍ମ ବାଙ୍କ ନୁହେଁ ସଳଖ

ଆତଙ୍କ ନାଶନ ବାନା ନ ଶୁଣ ଭୃତ୍ୟ ବେଦନା

ଏବେ ହୋଇଯିବ ମନା କେ ଦେବ ଡାକ

ଦାସ ଯେବେ ନାଶ ଯିବ କ୍ଷିତିରେ ଅକିର୍ତ୍ତୀ ହେବ

କୀରତି ଚନ୍ଦ୍ରରେ ଲାଗିଯିବ କଳଙ୍କ

କହେ ସଦାନନ୍ଦ ଛାର ନାହିଁ ଆନ ପ୍ରତିକାର

ଏ ଦୀନ ଅବସ୍ଥା ମୋର ନେତ୍ରେ ନ ଦେଖ

 

(ବୈଷ୍ଣବ କବି ସଦାନନ୍ଦ ବ୍ରହ୍ମା ଅଭିମନ୍ୟୁ ସାମନ୍ତ ସିଂହାରଙ୍କ ଦୀକ୍ଷା ଓ ଶିକ୍ଷା ଗୁରୁ ଥିଲେ । ଗଜପତି ବୀରକିଶୋର ଦେବଙ୍କଠାରୁ ସେ ବ୍ରହ୍ମା ଉପାଧି ପାଇଥିଲେ । ଯୁଗଳ ରସାମୃତ ଲହରୀ, ପ୍ରେମ ତରଙ୍ଗିଣୀ, ପ୍ରେମ କଳ୍ପଲତା ଲହରୀ, ବିଶ୍ୱମ୍ୱର ବିହାର ପ୍ରଭୃତି ସେ ରଚନା କରିଛନ୍ତି ।)

Image

 

ଦୁଃଖ ନାଶନ ହେ

(ବନମାଳୀ ଦାସ)

 

ଦୁଃଖ ନାଶନହେ

 

ସୁଖ ନ ପାଇଲି ଦିନେ

ବେଳୁ ବେଳ ଦୁଃଖ ପ୍ରବଳ ହେଉଛି

 

ବିଜୁଳି ଯେସନେ ଘନେ

।।

ଅନାଥର ନାଥ ନୀଳଗିରି ନାଥ

 

ଜଗନ୍ନାଥ ଲକ୍ଷ୍ମୀ ସାଇଁ

ଅରକ୍ଷିତକୁ ତ ରଖି ହେଉ ନାହିଁ

 

ଭବ ଜଳରେ ଭସାଇ

।।

ଆହେ ହରି ! ମୁହିଁ ସହି ତ ନ ପାରି

 

ଅନ୍ତର ବେଦନା ମାନ

ଯେଣୁ କରି ତୁମ୍ଭେ ଦୟା ନ କଲହେ

 

ପ୍ରଭୁ ଆତଙ୍କ ନାଶନ

।।

ଏଡେ ନିଷ୍ଠୁର ତ ହେଲେ ମୋହଭଳି

 

ଦୁଃଖୀଜନ ହୀନ ଠାରେ

ଦୀନ ଜନ ମାନେ ଗୁହାରୀ କରନ୍ତି

 

ନ ଶୁଣ କି ତୁମ୍ଭେ ବାରେ

।।

ପୋଡୁ ମୋ ଅଦୃଷ୍ଟ ଅନ୍ନବସ୍ତ୍ର କଷ୍ଟ

 

ଏଡେ ବଡ଼ ପ୍ରଭୁ ଥାଉଁ

ବନମାଳୀ ବୋଲେ ଚଞ୍ଚଳ ମୋ ମନ

 

ପଦ୍ମପାଦେ ତୁମ୍ଭ ରହୁ

।।

 

(କବି ବନମାଳୀ ଗଜପତି ବୀରକିଶୋର ଦେବଙ୍କ ସମସାମୟିକ ଥିଲେ । ଓଡିଆା ଭଜନ ସାହିତ୍ୟକୁ କବିଙ୍କର ଦାନ ଅତୁଳନୀୟ । ‘ଚାଟ ଇଛାବତୀ’ କବିଙ୍କର ଏକ କ୍ଷୁଦ୍ର କାବ୍ୟ । ଜଗନ୍ନାଥ ଓ କୃଷ୍ଣ କବିଙ୍କ ଭାବନାର ଇଷ୍ଟ ଥିଲେ । ହିନ୍ଦୀ ସାହିତ୍ୟର କବି ରସଖାନ୍ ଓ ଓଡିଆ କବି ବନମାଳୀ ସମସାମୟିକ । ଉଭୟ ଉଭୟଙ୍କ ଠାରୁ ବହୁତ ଦୂରରେ ଥିଲେହେଁ ଉଭୟଙ୍କ କବିତାରେ ବହୁତ ସାମଞ୍ଜସ୍ୟ ପରୀଲକ୍ଷିତ ହୁଏ ।)

Image

 

ପ୍ରଭୁ କି ସୁନ୍ଦର ଦିଶ

(କବି ଆର୍ତ୍ତ ଦାସ)

 

ପ୍ରଭୁ କି ସୁନ୍ଦର ଦିଶ ରତ୍ନ ସିଂହାସନେ

ପାପୀମାନେ ତରିଗଲେ କରି ତୁମ୍ଭ ଦରଶନ

।।

ଶଙ୍ଖଚକ୍ର ଗଦାପଦ୍ମ ଦେଖିଣ ହେଲି ଆନନ୍ଦ

ମସ୍ତକେ ପୂର୍ଣ୍ଣିମା ଚାନ୍ଦ ଦିଶେ କେଡ଼େ ଶୋଭାବନ

।।

ମାଳମାନ ଲମ୍ୱିଥାଇ ପାଦତଳ ଯାଁଏ ରହି

ବାସନାରେ ଚହଟଇ ପ୍ରଭୁ ତୁମ୍ଭ ଅଙ୍ଗମାନ

।।

କଟିତଟେ ପୀତାମ୍ୱର ଲମ୍ବିଥାଇ ପାଟ ଡୋର

ବାଙ୍କ ଚାହାଣି ତୁମ୍ଭର ଅଙ୍ଗେ କର୍ପୂର ଚନ୍ଦନ

।।

ସୁବର୍ଣ୍ଣର ହସ୍ତପାଦ ନ ଶୁଣ ହେ ଭକ୍ତ ଭେଦ

ଭାବି କହେ ଆର୍ତ୍ତ ଛାର ଭକ୍ତ ଡାକକୁ ନ ଶୁଣ

।।

 

(କବି ଆର୍ତ୍ତ ଦାସ ବେନୁପଡା ମଠର ଜଣେ ସିଦ୍ଧଯୋଗୀ ଥିଲେ । ଗାଦିବ୍ରହ୍ମ ପ୍ରତିଷ୍ଠାରେ ଉଦ୍ୟମ ଏବଂ ଉତ୍କଳୀୟ ବୈଷ୍ଣବଧର୍ମକୁ ସମର୍ଥନ କବିଙ୍କ ଆଦର୍ଶ ବୋଲି ସଦୃଶ କରାଯାଏ । କବିଙ୍କ ରଚନାରେ ଜାତି ଓ ଜାତିର ଇଷ୍ଟ ଜଗନ୍ନାଥ ମହିମା ପରିସ୍ପୁଟ ।)

Image

 

ପତିତପାବନ ବାନା

(ଆର୍ତ୍ତ ଦାସ)

 

ପତିତପାବନ ବାନା ଆଉ କେତେ ବେଳକୁ

ଭାସିଗଲି ଭବଜଳେ ନାବ ଦିଅ କୂଳକୁ

।।

ଦୂରେ ଥାଇ ଡାକ ଦେଲେ ଡେରିଥାଅ କର୍ଣ୍ଣକୁ

ନିକଟରେ ନ ଶୁଣିଲେ ମୋ କର୍ମ ଅବଳକୁ

।।

ଲକ୍ଷେ ଯୋଜନାରେ ଗଜ ଚିନ୍ତାକଲା ପ୍ରଭୁଙ୍କୁ

ଚକ୍ର ପେଶି ନକ୍ରନାଶି ରଖିଲ ତ ଗଜକୁ

।।

ଦ୍ରୌପଦୀ ଯେ ଚିନ୍ତାକଲା ବିବସନ ବେଳକୁ

କୋଟିବସ୍ତ୍ର ଦେଲ ପ୍ରଭୁ ତୁମ୍ଭେ ସେତେ ବେଳକୁ

ରୋପିବାର ବୃକ୍ଷଗୋଟି ଛେଦିଅଛ ମୂଳକୁ

।।

ନିନ୍ଦା ହେବ ନାଇଁ ବାନା ଏ ମହି ମଣ୍ଡଳକୁ

ବଡ଼ ଦେଉଳରେ ଅଛ ଦାରୁଭୂତ ହୋଇଛି

ଭଣିଲେ ଆରତ ଦାସ ତୁମ୍ଭ ମନେ ନାହିଁକି

।।

Image

 

ପତିତ ଜନଙ୍କୁ ଉଦ୍ଧାରିବା ପାଇଁ

(ନିତ୍ୟାନନ୍ଦ ଦାସ)

 

ପତିତ ଜନଙ୍କୁ ଉଦ୍ଧାରିବା ପାଇଁ, ଉଡ଼ାଉ ଅଛ ପତାକା ।

ବାହୁ ଟେକି ତୁମ୍ଭେ ବସି ଚାହୁଁ ଚାହୁଁ ବିପତ୍ତି ପଡ଼ୁଛି ଡକା ।। ମାହାପ୍ରଭୁ !

ନାଶଗଲେ ତୁମ୍ଭେ ପଛେ କି କରିବ, କରୁଣା ଭଣ୍ଡାର ଫେଇ

ଦୁଃଖୀ ଗଲେ ନାଶ ଅର୍ଜିବ କି ଯଶ ପଛେ ଚଉବର୍ଗ ଦେଇ ।। ମହାପ୍ରଭୁ ହେ

ଘୋର ନବଘନ ଥାଉଁ ଯେବେ ଦୀନ ଚାତକ ଜୀବନ ହରାଇବ

ସମୁଦ୍ରେ ବରଷି ଘୋର ଜଳରାଶି ଚାତକ ବନ୍ଧୁକି ବୋଲାଇବ ।।

ମାଳତୀ ବକୁଳ ବିକଚ କମଳ ବନଥିବ ଅଳି ଯିବ ମରି

ପୂର୍ଣ୍ଣ ସୁଧାକର ଅନାଇଁ ଚକୋର ମାଳିକା ଯେବେ ମରିବେ ଝୁରି ।।

କଳ୍ପଲତା ତଳେ ଥାଇ ଯେ ନ ଫଳେ ନିରାଶ ହୋଇବା କେଡ଼େ ଲାଜ

ରତ୍ନାକର ହୋଇ ରତ୍ନ ରଙ୍କ ଯହି ଏକଥା କେମନ୍ତ ଦେବରାଜ ।।

ଆଉଁ ଗଙ୍ଗାକୂଳେ ପରାଣ ବିକଳେ ତୃଷାରେ ଯେବେ ହାରିବ ପ୍ରାଣ

ଦିନମଣି ଥିବ ଅନ୍ଧାର ହୋଇବ ଏ କଥା ପ୍ରଭୁ ! ମନକୁ ଆଣ ।।

ସାମନ୍ତ ଯେ ଚତୁବର୍ଗ ଅଧିକାରୀ ଲକ୍ଷ୍ମୀ ପରିଚାରୀ ଥିବେ ହୋଇ

ଏମନ୍ତ ସାମନ୍ତ ଆଶା କରି ଭୃତ୍ୟ ଭିକ୍ଷା ମାଗୁଥିବ ଦୁଃଖ ପାଇ ।।

ଏଥୁ ଅଧିକ କି ଅଛି ଲୋକହସା ଆଉ କି ଅଛି ରହିଲା ପ୍ରଭୁ ଆଣି

ଝମକିଲା ସିଂହ ପ୍ରାୟ ଝମକିବ ବିଅର୍ଥ ଧରିବା ଚକ୍ରପାଣି ।।

ଦୀନବନ୍ଧୁ ବୋଲି ନାମ ଯେ ବହିଛ ଏହା ନ ଚେତ କି ଭାବଗ୍ରାହି

ଏ ନାମ ଯେବେ ଏଣିକି ନ ବହିବ ଚକ୍ରପରୁ ନେତ ଥୁଅ ନେଇ ।।

ତେବେ ତୁମ୍ଭକୁ କେ କାହିଁକି କହିବ କର୍ମ ଆଦରି ସହିବ ଦୁଃଖ

ନିରାଶ ଜଳଧି ତୁମ୍ଭ ନାମ ସିଦ୍ଧି ଜଗତର ବାଜିଯିବ ଡାକ ।।

ଆଉ ଭୁବନରେ ଠାକୁର ଖୋଜିବା ତୁମ୍ଭ ପରି କେହି ଥିଲେ ଜଣେ

ଦୁଃଖୀ ଲୋକଙ୍କର ଦୁଃଖ ହରୁଥିବେ କୃପା ବିଲୋକନ ନେତ୍ର କୋଣେ ।।

ସୁଦର୍ଶନ ନାମେ ଚକ୍ର ପହିଥିବେ ଟେକି ବାହୁରେ ଦକ୍ଷିଣ କରେ

କହେ ନିତ୍ୟାନନ୍ଦ ଅପରାଧୀ ମନ୍ଦ ମୋହର ଶରଣ ତାଙ୍କଠାରେ ।।

 

(ପତିତ ଜନଙ୍କୁ ଉଦ୍ଧାରିବା ପାଇଁ–ନିତ୍ୟାନନ୍ଦ ଦାସଙ୍କ ଏ କବିତା ଓ ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନଙ୍କ ସାର୍ଥକ କଣ୍ଠ ଉଭୟର ମିଶ୍ରଣ ଭକ୍ତ ଚିତ୍ତକୁ ତରଙ୍ଗାୟିତ କରିଆସୁଛି । ହୃଦୟର ଅନାବିଳ ଭକ୍ତି ସତେ ଯେପରି ଏ କବିତାରେ ବୋଳି ହୋଇ ଯାଇଛି ।)

Image

 

କେହି ସରିକି

(କବିସୂର୍ଯ୍ୟ ବଳଦେବ ରଥ)

 

କେହି ସରିକି,ପ୍ରଭୁ ପଣେ ନିଳାଦ୍ରି କେଶରୀ କି

ଯା ଠାରେ ପୂରିଛି ଦୁଃଖୀଜନ ଦୟା ନଖ ଠାରୁ ଶିଖର ସରିକି ।।

କି କହିବା ଆଉ ତାଙ୍କ ଶ୍ରୀ ଚରଣ ଅନୁସରଣ ଚାତୁରୀ କି

ବଜାଉ ଅଛନ୍ତି ବିଭୀଷଣ ଆଗେ ଜଗତ ବିଜୟ ତୁରୀ କୀ ।।

ସାନକୁ ବଡ଼ କରିବାରେ ଉଡାଇ ଅଛନ୍ତି ଧ୍ୱଜ ମଞ୍ଜରୀ କି

ଦେଖ ନାଗ ନର ଗନ୍ଧର୍ବ କିନ୍ନର ଉପରେ ଦୃବ ନଗରୀ କି ।।

କି କହିବି ତାଙ୍କ ପୀରତି କରିବା କୀରତି ଚନ୍ଦ୍ର ମାଧୁରୀ କି

ରଙ୍କ ବିପ୍ରପାଦ ଧୁଆଇ ଯା’ ଦେଲେ ରମା କରେ ରତ୍ନ ଝରିକି ।।

କ୍ଷମାସାଗର ହେ ତାହାଙ୍କୁ ଭଜିଲେ କାଳ କିଙ୍କରଙ୍କୁ ଡରିକି

ବୋଲେ କବି ସୂର୍ଯ୍ୟ ଆନ ଉପାୟକୁ ପେଲି ଦିଅ ଗିରି ଦରୀକି ।।

 

(କବି ବଳଦେବ ରଥ ଯଥାର୍ଥରେ କବିସୂର୍ଯ୍ୟ । ଚମ୍ପୁକାବ୍ୟ ପାଇଁ ସେ ସ୍ମରଣୀୟ । ବହୁ ଜଣାଣ, ଭଜନ ଓ ଚଉତିଶା ମାଧ୍ୟମରେ କବିଙ୍କ ଭକ୍ତିପ୍ରଣତା ପ୍ରକାଶିତ । ବାଧିଲା ଜାଣି କ୍ଷମା କର ନୋହିଲେ ରମାରମର ଦଣ୍ଡେ ଦିଅ ଟାଳି ପଦ୍ୟରେ କବିଙ୍କର ଜଗନ୍ନାଥଙ୍କ ପ୍ରତି ଅତୁଟ ବିଶ୍ୱାସ ଓ ଭକ୍ତିର ପରିପ୍ରକାଶ ଘଟିଛି ।)

Image

 

କୋଠ ଭୋଗଖିଆ

(ଖିରୋଦ ଚନ୍ଦ୍ର ପୋଥାଳ)

 

କୋଠ ଭୋଗଖିଆ ମୋ ଚକାଆଖିଆ ଉଠ ହେ ପହୁଡ଼ ଭାଙ୍ଗି

ପଣ୍ଡା ପଢ଼ିଆରୀ କରନ୍ତି ଗୁହାରୀ ହେବାକୁ ଚନ୍ଦନ ଲାଗି ।।

ହେବାକୁ ଚନ୍ଦନ ଲାଗି

ତୁଳସୀର ମାଳ ଦୟଣାର ଚୂଳ ଧରି ଉଭା ଦେବଦାସୀ

ବଡ଼ ସିଂହାରକୁ ବୁଢ଼ା ସିଂହାରୀ ଯେ ଉଭା ହୋଇଲେଣି ଆସି

ମଣିମା ମଣିମା ଡାକ ପଡ଼ୁଅଛି ଛାମୁ ଦରଶନ ଲାଗି ।।

ହେବାକୁ ଚନ୍ଦନ ଲାଗି

ନିଦା ପଥରହେ ନିଦେକି ଶୋଇଲ ଷାଠିଏ ପଉଟି ଖାଇ

ଅନାଥ ଜନଙ୍କ ଡାକ ନ ଶୁଣୁଛ ଜଗତର ନାଥ ହୋଇ

ଆରତୀ ବେଳ ଯେ ଗଡ଼ି ଯାଉଅଛି ଉଠ ହେ ଛପନ ଭୋଗୀ ।।

ହେବାକୁ ଚନ୍ଦନ ଲାଗି

ପତିତପାବନ ବାନା ଉଡ଼ାଉଛ ପତିତ ଉଦ୍ଧାର ପାଇଁ

ମୁଁ ଜଣେ ପତିତ କାନ୍ଦି କାନ୍ଦି ମରେ ମୋ ଡାକ କି ଶୁଭେ ନାହିଁ

ଏଡ଼େ ବଡ଼ ପଣ ବହିଅଛ ପ୍ରଭୁ କୁହ ତେବେ କାହାଲାଗି ।।

ଉଠ ହେ

 

(ଶ୍ରୀକ୍ଷୀରୋଦ ଚନ୍ଦ୍ର ପୋଥଳଙ୍କ ରଚିତ ଏହି ଗୀତ ଭଜନ ସମ୍ରାଟ ଭିକାରୀବଳଙ୍କ କଣ୍ଠରୁ କିଏ ବା ନ ଶୁଣୁଛନ୍ତି ? ଗୀତର ସ୍ୱର ଓ ବଳଙ୍କ କଣ୍ଠର ମାଦକତା ଭଜନ ଜଗତରେ ଲୋକପ୍ରିୟର ଏକମାଇଲ ଖୁଣ୍ଟ)

Image

 

ଚକାନୟନକୁ ପତିତ କେହି

(ଚନ୍ଦନ ହଜୁରୀ)

 

ଚକାନୟନକୁ ପତିତ କେହି ତକାଇ ଖର ନିଃଶ୍ୱାସ ପକାଇ

ଡକା ପକାଇ ଗରୁଡ଼ ପଛରେ ବକାରି ମୋ ଆର୍ତ୍ତ ଶୁଣ ସତ୍ତ୍ୱରେ ହେ

ଧକ୍କା ବାଜୁଛି ମହିମା ହେ

ଠକାର କରି କର୍ଣ୍ଣେ ଗିର ନ ଶୁଣ କାହିଁକି ବିଚିତ୍ର କର୍ମା ହେ ।।

 

କରି ହରିଣୀ ଦ୍ରୌପଦୀ ବିପତ୍ତି ହରି କରିଛ ପରା ଡେରି ଶୃତି

ଦରିଦ୍ର ସୁଦାମାକୁ କୋଟି ନିଧି ପରିପୂର୍ଣ୍ଣେ ଦେଲ କୃପା ବାରିଧି ହେ

ଧରିଯା ମହିମା ଚିତ୍ତେ ହେ

ସରିତ ଯାଉଛି ହରି ! ଆଉ ଥରେ ନ ଚାହିଁଲ କୃପା ନେତ୍ରେ ହେ ।।

 

ଅଜାନୁବାହୁ ମୁଁ ପତିତ ଜଣେ ଅଜାମିଳୁ ବଳି ସହସ୍ର ଗୁଣେ

ଲଜ୍ଜା ହରି ନ ତାରିଲେ ନିକର ଧ୍ୱଜା ଚକ୍ରରୁ ବହନ ଉତାର ହେ

ମଜ୍ଜାରେ ମୁଁ ଏହା ଭାବେ ହେ

ବଜାଇ ଜୟ ଆର୍ତତ୍ରାଣ ଡିଣ୍ଡିମ ହଜାଇ ଦେଉଛ ଏବେ ହେ ।।

 

ପିତା ମାତା ସେବା ମୋର ବିଭଙ୍କ ଲିତାକୁ ଲିତା ମୋ ଅସତ ସଙ୍ଗ

ଶୀକାର ଅବଗାହି ନାହିଁ ଦିନେ ଗୀତା ଭାଗବତ ନ ଶୁଣେ କର୍ଣ୍ଣେ ହେ

ପୀତାମ୍ୱର ଚିତ୍ତେ ଚିନ୍ତି ହେ

କି ତାପ ଚିତ୍ରଗୁପତୁଁ ଚିରାଇବ ମୋ ଅନ୍ତକାଳେ ଯେମନ୍ତି ହେ ।।

 

ବଟ ପୁଟ ବାସୀଆରତ ତ୍ରାଣ ଘଟଘଟ କେ ରହି ସବୁ ଜାଣ

ଖଟନ୍ତି ଯେଉଁ ଚରଣେ କମଳା ହଟକରି ମୋ ଦୁର୍ଦ୍ଧଶା ନ ଗଲା ହେ

ନଟବର ବେଶ ଧାରୀ ହେ

ଝଟଚିରେ ପ୍ରଭୁ ଶୃତି ଡେରି ଶୁଣ ଏ ଦୀନ ଜନ ଗୁହାରୀ ହେ ।

 

ପାଣ୍ତୁ ପ୍ରିୟ ହେ ଦଣ୍ଡୁଛ କି ଦୋଷ ଦାଣ୍ଡକୁ ଏ କଥା କେମନ୍ତ ଦିଶେ

ଚାଣ୍ଡରେ ମଇତ୍ର ଛଳେ ଆପଣ କାଣ୍ଡରେ ନେଲେ ବାଳୀର ପ୍ରାଣ ହେ

ତାଣ୍ଡବ ନୃତ୍ୟକାରୀଙ୍କି ହେ

ରାଣ୍ଡ କରିଦେଲେ ବିଷ୍ଣୁକୂଟ ମାୟା ଲଗାଇ ଦେଇ ଭେଳିକି ହେ ।।

 

ଆରତ କେହି ନାହିଁ ମୋର ପ୍ରଭୁ ଆରତ ତ୍ରାଣ ପରିତ୍ରାଣ ସବୁ

ସାରଥି ହୋଇ ପାର୍ଥ ରଥେ ଶ୍ୟାମ ଭାରତ ଯୁଦ୍ଧେଭରତିଆ ଡିମ ହେ

ସାରା ଘଣ୍ଟ ଘୋଡ଼ାଇଣ ହେ

ମୋର ପିଅର ତ ପରାଣ ରଖିଛ ରୁହାଇଛ ବଡ଼ ପଣ ହେ ।।

 

ପକ୍ଷୀହୀନ ଜନ-ରକ୍ଷଣ ବୋଲି ଲକ୍ଷ୍ମଣ ଅଗ୍ରଜଙ୍କୁ ଆଶ୍ରେ କଲି

ପକ୍ଷ ଦାୟକ ହେ ଲକ୍ଷ୍ମଣ ସୁଖ ଦକ୍ଷ ପଣେ ରଖିବାରେ ନ ରକ୍ଷ ହେ

ଲକ୍ଷ୍ୟ କେ ତୁମ୍ଭର ଅଛି ହେ

ବିଷ ବିଦାରିଛ ନକ୍ଷେ ହିରଣ୍ୟର ପ୍ରହଲ୍ଲାଦ ମାନ ଇଛି ହେ ।।

 

ଧଣ୍ଡାମାଳ ବୁହା ଦୁର୍ଦ୍ଧଶା ରାହୁ ଚଣ୍ଡାଳ ଗ୍ରାସୁଅଛି ଚାହୁଁ ଚାହୁଁ

ଭଣ୍ଡାରେ ଖଣ୍ଡା ନହିଁକି ମଣିମା ଗଣ୍ଡାକର ଦିଶୁନାହିଁ ମହିମା ହେ

ଥଣ୍ଡା କରି କୃପାଜଳ ବୃଷ୍ଟିକର ମୋ ଚିତ୍ତ ଚାତକ ପାଟି ହେ ।।

 

ମନ୍ଦର ଧର ନୀଳଗିରି ବାସୀ କନ୍ଦର ବାସୀ ପ୍ରାୟେ ଅଛ ବସି

କନ୍ଦର ନେତ୍ର ଧାତା ପୁରନ୍ଦର ବନ୍ଦନା କରନ୍ତି ଯେଉଁ ପୟରେ ହେ ।।

ଛନ୍ଦ ଛାଡ଼ ଦେବରାଜ ହେ

ନନ୍ଦନନନ୍ଦ ଶ୍ରୀ ଚରଣାବିନ୍ଦେ ଚନ୍ଦନ ହଜୁରୀ ଭଜେ ଦେ ।।

 

(ଚନ୍ଦନ ହଜୁରୀ ବା ଚାଖି ଖୁଣ୍ଟିଆ ନିଜର ଜାତିପ୍ରେମ ଓ ବୀରତ୍ୱ ପାଇଁ ଚିରସ୍ମରଣୀୟ । ନିଜେ ସେବକ ହୋଇଥିବାରୁ ପ୍ରଭୁ ଜଗନ୍ନାଥଙ୍କ ପାଇଁ କେତୋଟି ରଚନାରେ ଭକ୍ତି ନିବେଦନ କରିଛନ୍ତି । ବଡ଼ଶୃଙ୍ଗାର ପଞ୍ଚାଶିକା ତାଙ୍କର ଅନ୍ୟତମ ରଚନା ।)

Image

 

ଆହେ ନୀଳଗିରି

(ସାଲବେଗ)

 

ଆହେ ନୀଳଗିରି !

ତୁମ୍ଭ ଶ୍ରୀଭୂଜେ ଦୟଣା କେରି କେରି ।

ତୁଳସୀ ଚଉରା ପାଶେ ଜଗି

ବସି ଧ୍ୟାଉଛନ୍ତି କେତେ ଯୋଗୀ

ବ୍ୟାଘ୍ରଚର୍ମ ପାତି ସ୍ତୁତି କରୁଛନ୍ତି

ଜପୁଛନ୍ତି ନାମ ସଂଖ୍ୟା କରି ।।

 

ବଡ଼ଦାଣ୍ଡ ଦେଖି ହେଲି ତୋଷ

ରେଣୁମାତ୍ର ତେଣୁ କଲି ଗ୍ରାସ

କ୍ଷୀର ଖେଚୁଡ଼ିରେ ମନ ନ ବୋଧଇ

ଟଙ୍କ ତୋରାଣିରେ ମନ ତୋଷ

 

ସିଂହ ଦ୍ୱାରେ ବାଜେ ବେତ ବାଡ଼ି

ବାଜନ୍ତେ ପାତକ ଯାଏ ଛାଡ଼ି

ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମିତ୍ତେ

ଏକକୁ ଆରକେ ହୁଡ଼ାହୁଡ଼ି ।।

 

ବାଉଶି ପାବଛେ ଗଲି ସୁଖେ

କୈବଲ୍ୟ ପସରା ବେନି ପାଶେ

ଚଣ୍ଡାଳୁ ବ୍ରାହ୍ମଣ ଶୂଦ୍ର ପରିଯନ୍ତେ

କୈବଲ୍ୟ ଭୁଞ୍ଜନ୍ତି ମୁଖେ ମୁଖେ ।।

 

ରୋହିଣୀ ପାଦୁକା କୁଣ୍ଡରଜ

ସିଂହମାଡ଼ି ବସିଅଛ ଗଜ

ସତେ କି ଏ ନେତ୍ର ସଫଳ ହୋଇବ

କାକ ପଡ଼ି ହେଲା ଚତୁର୍ଭୁଜ ।।

 

ଗରୁଡ଼ ପଛରେ ରହି ଦେଖ

କି ଶୋଭା ପାଉଛି ପଦ୍ମମୁଖ

ହୀରା ନୀଳା ମୋତି ମାଣିକ୍ୟ ଜଳୁଛି

ହୃଦେ ଲମ୍ୱିଅଛି ବ୍ୟାଘ୍ରନଖ ।।

Image

 

ଚନ୍ଦନ ଲାଗି ସମୟେ

(ଶ୍ରୀ ଚନ୍ଦନ)

 

ଚନ୍ଦନ ଲାଗି ସମୟେ

ଚିନ୍ତ ଚିନ୍ତ ଚିନ୍ତା ମଣିଙ୍କି

ସୁବେଶର ଲାଗି ଶେଷ

ଲାଗି ହୋଇ ଝୀନବାସ

କଟୀରେ ସୁବର୍ଣ୍ଣ ଝୁଂପ

ଆହା କେଡ଼େ ଠାଣିକି ।।

ତିନି ବାଡ଼େ ତିନି ଲୋକ

ସେବକ ପଶୁପାଳକ

ରତ୍ନ ସିଂହାସନେ ଉଭା

ଯୋଡ଼ି ବେନି ପାଣିକି ।।

ଚନ୍ଦନ ସଂସ୍କାର ପାରି

ପ୍ରଭୁ ଅଙ୍ଗେ ଲାଗିକରି

ହରି ଭଦ୍ରା ସୁଦର୍ଶନ

କମଳା ଘରଣୀଙ୍କି ।।

ହଡ଼ପ ନାୟକ ରହି

ବିଡ଼ିଆ ପତ୍ରକୁ ବହି

କରାଇ ମଣୋହିଁ ତହିଁ

କମୁ ଚକ୍ରପାଣି କି ।।

ଡକାଇ ଖୁଣ୍ଟିଆ ଦ୍ୱିଜ

ମଣିମା ଭୋ ଦେବରାଜ

ଅଖିଳ ବ୍ରହ୍ମାଣ୍ଡ ନାଥ

ପ୍ରଭୁ ମନ ଜାଣିକି ।।

ନିଜ ନିଜ ଗୁଣାବଳୀ

ବୀଣାନାଦେ କୁତୂହଳି

ପଳାଇ ଦୂରିତ ପାପ

ହରି ଧ୍ୱନୀ ଶୁଣିକି ।।

ସେ କେଳେ କଳା ଶ୍ରୀମୁଖ

ଶୁଣନ୍ତି ସକଳ ଦୁଃଖ

ଦର୍ଶନେ ପ୍ରଶନ୍ନ ହୋଇ

ରଖ ଦୁଃଖୀ ଶ୍ରେଣୀକି ।।

ଆର୍ତ୍ତେ ଶ୍ରୀଚନ୍ଦନ ଭାଷେ

ଚିନ୍ତାମଣି ମଧ୍ୟ ଭାସେ

କରୁଣା ନାବେ ବସାଇ

କୂଳେ ରଖ ଆଣିକି ।।

 

(ଷୋଡ଼ଶ ଶତାଦ୍ଧୀର କବି ଶ୍ରୀଚନ୍ଦନ ଜଣେ ପରମ ଭକ୍ତ । ମହାପ୍ରଭୁଙ୍କ ଚନ୍ଦନ ଲାଗି ବେଳର ଏକ ଦୃଶ୍ୟ ଉକ୍ତ କବିତାରେ ନିଖୁଣ ଭାବରେ ବର୍ଣ୍ଣିତ ।)

Image

 

ଚକାଡୋଳା ଚିକ୍କଣ କଳା

(ଭରତ ଦାସ)

 

ଚକାଡୋଳା ଚିକ୍କଣ କଳା

ଚଉବର୍ଗ ଦାନୀ ନନ୍ଦର ବଳା ।

ଚାହିଁବା ମାତ୍ରକେ ଦୂରିତ ପଳାଏ

ଶୋରିଷ ନ ରହେ ସଂସାର ଜ୍ୱାଳା ।।

ଚମତ୍କାର ବେଶ ପ୍ରଭୁ ହୃଷିକେଶ

ଚରଣ ଚାପନ୍ତି ଯାର କମଳା ।

ଚଉଦ ବ୍ରହ୍ମାଣ୍ଡ ଯା’କର ବଲ୍ଲଭ

ଚମ୍ପା ଦୟଣିଆ ଭାବଭୋଳା ।।

ଚାରିଧାମେ ସାର ଶ୍ରୀପୁରୁଷୋତ୍ତମ

କ୍ଷେତ୍ରବର ନାମେ ଯେବଣ ଖଳା ।

ଚଟକ ନୀଳକନ୍ଦର ମୃଗପତି

ଭଲା ଭିଆଇଲେ ଭକତ ମେଳା ।।

ଚଢ଼ି ନନ୍ଦିଘୋଷ ଅତ୍ୟନ୍ତ ଉଲ୍ଲା

ସେଲଗାନ୍ତିଟି ରଥ ଉତ୍ସବ ଲୀଳା ।

ଚନ୍ଦନପାଟି କି ମନୋହର ଦିଶେ

ଅଳକ ଆବଳି କୁଣ୍ଡଳ ଖେଳା ।।

ଚତୁର୍ଦ୍ଧାମୂରତି ଜଗତର ପତି

ଚତୁର ସାମନ୍ତ ସେ କଳା ଧଳା ।

ଚିତ୍ତ ରଞ୍ଜନିଆ ଗର୍ବ ଗଞ୍ଜନିଆ

ଚରଣେ ଭରତ ମତ୍ତ ବତ୍ସଳା ।।

 

(କବି ଭରତ ଦାସ ‘ଚକାଡୋଳା ଚିକ୍କଣ କଳା’ ଏବଂ କଳାକୃଷ୍ଣ କମଳ ଆଖି ପରି ଭଜନ କେତୋଟି ପାଇଁ ଆଜି ଭକ୍ତର ପରମ ପ୍ରିୟ ଅଟନ୍ତି ।)

Image

 

ଜଗବନ୍ଧୁ ରଥାଙ୍ଗ ପାଣି

(ହରେକୃଷ୍ଣ ସିଂହ ଯୁବରାଜ)

 

ଜଗବନ୍ଧୁ ରଥାଙ୍ଗ ପାଣି ରତ୍ନ ସିଂହାସନ ମଉଡ଼ମଣି ।।

ମହୋଦଧି ତୀରେ ଶ୍ରୀ ନୀଳ କନ୍ଦରେ

ସଙ୍ଗେଘେନି ରଙ୍ଗେ ଭାଇ ଭଉଣୀ ।।

କରିଛ ବିଜୟ ପ୍ରଭୁ ଦୟାମୟ

କୋଟି ମତ୍ତ ସିଂହ ବିକ୍ରମ ଠାଣି ।।

ପତିତଙ୍କ ହିତେ ଅନୁରାଗ ଚିତ୍ତେ

ହସାଉଛ ଜଗତ ପ୍ରାଣୀ ।।

ଅତି ମନୋହର ବେଶ ନଟବର

ଚକାନୟନରେ ମୃଦୁ ଚାହାଣୀ ।।

ଅପୂର୍ବ ମୂରତୀ ପଦ୍ମାଳୟା ପତି

ଅଗତିଙ୍କ ଗତି ବିଶ୍ୱ ବିନ୍ଧାଣୀ ।।

ପାତକୀ ମାନଙ୍କ ଅଶେଷ ପାତକ

ପକାଉଛ ଚକ୍ର ଦାଢ଼ରେ ହାଣି ।।

ଆହେ ଆର୍ତ୍ତତ୍ରାଣ ଗରୁଡ଼ ଆସନ

ମୁଁ କି ଜଣାଇବି ନ ସ୍ଫୁରେ ବାଣୀ ।।

ହରେକୃଷ୍ଣ ସିଂହ ଯୁବରାଜା ଲୋହ

ହୃଦୟ ଦବାଇ ନବାକୁ ପାଣି ।।

 

(କବି ହରେକୃଷ୍ଣଙ୍କ ସମ୍ପର୍କରେ ସବିଶେଷ ଆଲୋଚନା ଦୃଷ୍ଟିଗୋଚର ହୁଏ ନାହିଁ । କବିଙ୍କ ଭକ୍ତି ପ୍ରାଣତା ଉପସ୍ଥିତ କବିତାରେ ସ୍ପଷ୍ଟ ପ୍ରକାଶିତ ।)

Image

 

ଦୟାକର ଦୀନବନ୍ଧୁ

(ରାମକୃଷ୍ଣ ପଟ୍ଟନାୟକ କବିଚନ୍ଦ୍ର)

 

ଦୟାକର ଦୀନବନ୍ଧୁ ଶୁଭେ ଯାଉ ଆଜ ଦିନ

କରଯୋଡ଼ି ତୁମ୍ଭ ପାଦେ କରୁଅଛି ନିବେଦନ

।।

ଅନାଦି ଅନନ୍ତ ହରି କ୍ଷୀର ସାଗର ବିହାରୀ

ଲକ୍ଷ୍ମୀଦେବୀ ମନୋହରୀ ପ୍ରଭୁ ପତିତପାବନ

।।

ମନ୍ତ୍ର ଶାନ୍ତି ପ୍ରଦାୟକ ଦୃଷ୍ଟ ଶାସ୍ତି ବିଧାୟକ

ରୁକ୍ମିଣୀ ପ୍ରାଣନାୟକ ଜଗତ ଜନ ବନ୍ଦନ

ଜଗଜ୍ଜନ ହିତକାରୀ ଦଶ ଅବତାର ଧାରୀ

।।

ମଧୁସୂଦନ ମୁରାରି କାଳୀୟ ଦର୍ପ ଗଞ୍ଜନ

ଯେଣେ ଚକ୍ଷୁ ପଡ଼େ ନାହିଁ ତୁମ୍ଭ କୀର୍ତ୍ତି ବିରାଜଇ

ଭାବି ଚିତ୍ତ ପୁଲକଇ ହେ ଭକ୍ତ ହୃଦ ଚନ୍ଦନ

।।

ତୁମ୍ଭେ ଧ୍ୟାନ ତୁମ୍ଭେ ଜ୍ଞାନ ମୁକ୍ତି ଦାତା ଭଗବାନ

ତୁମ୍ଭ ବିନୁ ନାହିଁ ଆନ କଳ କଳୁଷ ନାଶନ

।।

ତୁମ୍ଭେ ଏ ସଂସାରେ ସାର ଆଉ ସବୁ ମାୟା ଘୋର

କୃତାନ୍ତ ଭୟୁ ଉଦ୍ଧର କହେ ରାମକୃଷ୍ଣ ହୀନ

।।

 

 

(ରାମକୃଷ୍ଣ ପଟ୍ଟନାୟକ କବିଚନ୍ଦ୍ରଙ୍କ ପ୍ରାତଃସ୍ମରଣାତ୍ମକ ଏହି ଭଜନ ବିଭୁଚେତନା ସହ ଦୈନିକଜୀବନରେ ଆତ୍ମବଳ ପ୍ରଦାୟକ ।)

Image

 

ପ୍ରଭୁ ନିଳାଦ୍ରିବିହାରୀ

(ଦିବ୍ୟସିଂହ ଦେବ)

 

ପ୍ରଭୁ ନୀଳାଦ୍ରିବିହାରୀ

କଟକେ ଅଟକ ହେବାରୁ ମୋ ମନ ସରୁ ନାହିଁ ଝୁରି ଝୁରି ।।

ମହାବଳିଆର ଭୁଜ ଦେବରାଜ ସୁଦର୍ଶନ ଚକ୍ରଧାରୀ

ଏମହା ବିପଦୁଁ ଉଦ୍ଧାରିଲ ନାହିଁ ନ ଶୁଣିଲ ମୋ ଗୁହାରୀ ।।

କନ୍ଦିରୁ ଅଣାଇ ବନ୍ଦୀ କରାଇଲ ଶ୍ରୀ ନନ୍ଦିଘୋଷ ବିହାରୀ

ଛନ୍ଦି କରଦ୍ୱୟ ଦେଖାଉଛି ଭୟ ଦ୍ୱନ୍ଦୀ ବିଜାଡ଼ି ପାହରୀ ।।

କଳା ଶ୍ରୀ ବଦନ ଏ ଘୋର କଦନ ବେଳକୁ ବେଳତ ଭାରି

ଧଳା ଅଶ ବାଗ ପାଉନାହିଁ କିବା ଲୋଡ଼ି ଲୋଡ଼ି ଦଇତାରୀ ।।

କେତେ କାହାକୁ ସଂଙ୍କଟୁ ରଖିନାହିଁ କୃପାନିଧି ଦୁଃଖହାରୀ

ମୋହରି ବେଳକୁ ନିର୍ଦ୍ଧୟ ହୃଦୟ ହୋଇଛ କିସ ବିଚାରି ।।

ସିନ୍ଧୁ ସୂତା ପତି ଅବା ମୋ ବିପତ୍ତି ପ୍ରତାପେ ହେଉଛ ଘାରି

ଦିବ୍ୟସିଂହ ଦେବ କାହାକୁ କହିବ ଆପଣ ନ କଲେ ପାରି ।।

 

(ଗଜପତି ଦିବ୍ୟସିଂହ ଦେବ କଳା ପାଣି ଯିବା ପୂର୍ବରୁ ଇଂରେଜ ସରକାରଙ୍କ ଦ୍ୱାରା ବନ୍ଦୀ ଜୀବନ କଟାଇଥିଲେ । ଉକ୍ତ କବିତାରେ କବିଙ୍କର ତତ୍କାଳୀନ ମାନସିକ ଭାବ ପ୍ରଭୁଙ୍କଠାରେ ଅର୍ପିତ ହୋଇଛି ।)

Image

 

କୃପାସିନ୍ଧୁ ଦୀନବନ୍ଧୁ

(ଗୋବିନ୍ଦ ଭଞ୍ଜ)

 

କୃପାସିନ୍ଧୁ ଦୀନବନ୍ଧୁ କାହିଁକି କରୁଣା ଉଣାୟ

ମୋହପରି ଦୀନହୀନ ଧରାଧାମେ ନାହିଁ ଶୁଣା ।।

ଭାବି ଯା ନଥିଲି ମନେ ବସଇ ଭବ ଆସନେ

ସୁଖ ସଙ୍ଗେ ଦୁଃଖ ଦେବା

ରୀତି ତ ନ ଥିଲା ଜଣା ।।

ତୃଷାର୍ତ୍ତ ଜନେ ଆଦର ଡାକି ବସାଇ ପାଶରେ

ପିଇବା ଆଗୁଁ ଭଣ୍ଡିଲ

ଯାଚି ସୁମଧୁର ପଣା ।।

ବିତରି ସଂସାର ସାର ଫଳକୁ କଲ ଅସାର

ତାର କି ଭାଗ୍ୟଦୋଷ

ଭାବି ମୁଁ ହେଉଛି ବଣା ।।

ତୁମ୍ଭର ମଙ୍ଗଳ ମୟ ଇଛାରେ ମୁଁ କରି ଲୟ

ନୋହୁଛି ଦୁଃଖିତ ପ୍ରଭୋ !

ପଡ଼ି ଏ ବିପଦେ ସିନା ।।

ନୃପତି ସୁତ ଗୋବିନ୍ଦ ଚିନ୍ତଇ ପଦରାବିନ୍ଦ

ହେ ମଧୁହାରୀ ମୁକୁନ୍ଦ

ମୋ ଦୁର୍ଭାଗ୍ୟ କର ଚୂନା ।।

 

(ଗୋବିନ୍ଦ ଭଞ୍ଜ କେନ୍ଦୁଝରର ରାଜବଂଶର ଯଶସ୍ୱୀ ସନ୍ତାନ । ଶ୍ରୀକ୍ଷେତ୍ର ସହ ସୁସମ୍ପର୍କରେ ଆସି ଜଗନ୍ନାଥଙ୍କ ଭଜନ ପ୍ରତି ସେ ମନ ଦେଇଥିଲେ । ରାଜବଂଶର ଇଷ୍ଟ ଦେବତା ବଳଦେବଜୀ ହୋଇଥିବାରୁ ନୀଳାଦ୍ରୀ ପ୍ରତି ରାଜପରିବାର ଅନୁରକ୍ତ ଥିଲେ । କବିଙ୍କ ଚରଣ ସୁଧାନିଧି ଓ ରାମଗୀତା ଭକ୍ତିଭାବର ସହ କାବ୍ୟ ପ୍ରତିଭାର ସମନ୍ୱୟ ଅଟେ ।

Image

 

ଅନୁସରିତ

(କବି ଗୋପାଳକୃଷ୍ଣ)

 

ଅନୁସରିତ

ପ୍ରଭୁ କାଳଯାକ ଗଲା ସରିତ ।

କଣ ବିତରଣ କଲେ କେତେ ଊଣା

ହୁଅନ୍ତା କରୁଣା ସରିତ ।।

ଅଶରଣ-ଜନ-ବନ୍ଧୁ ପଣ ଯଶ

ସଂସାରେ ହୋଇଛି ଉଦିତ

ପଥର ହୋଇ ପଥରେ ପଡ଼ିଥିଲା

ଅହଲ୍ୟାକୁ ଦେଲ ତାରିତ ।।

ପାଞ୍ଚାଳୀକି ଦୁଃଶାସନ ଘଞ୍ଚାଳିଲା

ବଞ୍ଚାଇଲ ବାସ ଦେଇ ତ ।

ଘୁଞ୍ଚାଇଲ ନାହିଁ ମୋ ଛାର କଦନ

ପୋଛାଇଲ ନେତୃ ବାରି ତ ।।

କାହିଁଥିଲା ଚକ୍ର କାହିଁଥିଲା ନକ୍ର

ପଲକ ପତନ ନୋହୁ ତ

ଛିଡ଼ିଗଲା ମଥା ରହିଗଲା କଥା

ଡାକିଲା ମାତ୍ରକେ କରୀ ତ ।।

କାଳ କିଙ୍କର ଭୟରେ ଅଜାମିଳ

ପୁତ୍ରୋପଚାରରେ ଡାକି ତ

ପରମ ପଦ ପାଇଲା ଆପଣଙ୍କ

ନାମ ମହିମା ଏପରି ତ ।।

ନିରୁପାଧି କୃପା କର ବୋଲି ବିଧି

ଭବାଦିରେ ଥାଉ କଥିତ

ମୁଁ କଲା ଦୋଷିକି ନାଶିଛ କି ବକୀ

ବିଷ ପିଆର ତା ଦୂରିତ ।।

ଗୋପାଳକୃଷ୍ଣ କହେ ଜଗନ୍ମଙ୍ଗଳ

ଯାହା କରିବ ତୁମ୍ଭ ଚିତ୍ତ

ଆପଣ କୃପାଳୁ ପଣକୁ ବଳି ମୋ

ଦୁଷୃତ ନୁହଇ ଭାରି ତ ।।

 

(ଗୋପାଳକୃଷ୍ଣ ପଟ୍ଟନାୟକ ଓଡ଼ିଶାର ଏକ ବହୁଚର୍ଚ୍ଚିତ କବି । ବୈଷ୍ଣବଧର୍ମାବଲମ୍ୱୀ ହୋଇ ରାଧାକୃଷ୍ଣ ଉପାସନାର ସରଣିରେ ସେ ଗତି କରିଥିଲେ । ଅସଂଖ୍ୟ ଗୀତ ଆଜି ଗୋଟିପୁଅ ନାଚ ତଥା ଭକ୍ତ କଣ୍ଠରେ ନିନାଦିତ ହେଉଛି । ସରଳ ତରଳ ପଦ ମଧ୍ୟରେ ହୃଦୟର ଭାବ ପ୍ରକାଶ କବିଙ୍କର ବୈଶିଷ୍ଟ ।)

Image

 

ଦୁଃଖନାଶନ ଗରୁଡ଼ାସନ ହରି

(ଗୌରଚରଣ ଅଧିକାରୀ)

 

ଦୁଃଖନାଶନ ଗରୁଡ଼ାସନ ହରି

ଦୁଃଖ ଜଣାଇବି କାହାକୁ

ଦୀନନାଥ ଥାଉଁ ଅନ୍ଧାର ଘୋଟୁଛି

ଏ ନିନ୍ଦାଟି ଚଉବାହାକୁ ।।

ଚିନ୍ତାନାବପରେ ବସାଇ କରି

ଠେଲି ଦେଲେ ଯେଣୁ ଯାଇଛି ସରି

ରଖ ରଖ ବୋଲି କାହାକୁ ଡାକିବି

ଶ୍ରବଣ ତ କଲ ଲୁହାକୁ ।

ସୁଦାମା ଦାରିଦ୍ର୍ୟ ଭଞ୍ଜନ କାରି

ରଖିଛ ପାଣ୍ଡବ କୁରୁ ସଂହାରି

ଜଳର ମଧ୍ୟରେ ଗଜକୁ ରଖିଲ

ଛେଦି ପକାଇଲ ଗ୍ରାହକୁ ।।

ଅଜାମିଳ ନାମେ ଯେ ମହାପାପୀ

ତରିଗଲା ପୁତ୍ର ନାମକୁ ଜପି

ନାତକେ ମାଇଲା ଶ୍ରୀବତ୍ସ ବ୍ରାହ୍ମଣ

ହୃଦରେ ବହିଲ ତାହାକୁ ।।

ବନର ହରିଣୀ ଚିନ୍ତିବା ମାତ୍ରେ

ଘନେ କୃପାକଲ ପରା ସାକ୍ଷାତ

ଅରକ୍ଷିତ ଡାକକୁ ନ ଶୁଣୁଛ ଲଜ୍ଜା

ନୋହିବକି ଲକ୍ଷ୍ମୀ ନାହାକୁ ।।

ଯେଉଁ ନାମ ଧରି ପବନସୂତ ଡେଇଁ

ସମୁଦ୍ର ଆଣିଲା ସଙ୍କେତ

ଗଉର ଚରଣ ସେପାଦେ ଶରଣ

ହରବ୍ରହ୍ମା ଚିନ୍ତେ ଯାହାକୁ ।।

 

(ଗୌର ଚରଣ ଅଧିକାରି କଲମୁ ‘ଗୌରଚରଣ ଗୀତାବଳୀ’ ଓ ଗୌରହରୀ ଭଜନ ଶତକ ରୂପବନ୍ତ ହୋଇଛି । ଉକ୍ତ ଭଜନ ଗୁଡିକରେ ଆଡ଼ମ୍ବର ଶୂନ୍ୟ ଶୈଳୀରେ ନିଛୁକ ଭକ୍ତ ହୃଦୟ ଭାବ ଫୁଟିଉଠୁଛି ।)

Image

 

ସତେ କି ଏ ଜୀବଯିବ

(ଅଚ୍ୟୁତାନନ୍ଦ)

 

ସତେ କି ଏ ଜୀବ ଯିବ ବୃନ୍ଦାବନେ ଯାଇ ସ୍ଥାନ ପାଇବ

ହେ ରାଧା ଗୋବିନ୍ଦ

ଏଇ ସୁଦୟା ମୋଠାରେ ଥିବ ।।

ଦିବସେ ମରଣ ହେବ ଯମ ଦଣ୍ଡ ଆଉ ମୋତେ ନ ଦେବ

ହେ ରାଧା ଗୋବିନ୍ଦ

ଏଇ ସୁଦୟା ମୋ ଠାରେ ଥିବ ।।

ବାସି ମଡ଼ା ମୁଁ ନ ହୋଇବି ତବ ନାମ ହୃଦେ ଜପୁଣଥିବି

ହେ ରାଧାଗୋବିନ୍ଦ

ଭବ ସାଗରୁ ତରିଣ ଯିବି ।।

ବନ୍ଧୁବାନ୍ଧବ ମୋହରି ଚର୍ତୁପାଶେ ବସି ଥିବେଟି ଘେରି

ହେ ରାଧା ଗୋବିନ୍ଦ

ଏଇ ସୁଦୟା ଥିବଟି ହରି ।।

Image

 

ଦେଖ ଗୋ ! ରାଧା ମାଧବ ଚାଲି

(ବନମାଳି)

 

ଦେଖ ଗୋ ! ରାଧା ମାଧବ ଚାଲି

ମଣି ବିମାନ ଆସେ ଝୁଲି ଝୁଲି ।।

ବିବିଧ ବାଜଣା ବୀର କାହାଳୀ

ବିଜେକଲେ ଗୋପଦାଣ୍ଡ ଉଛୁଳି ।।

ସଙ୍ଗତେ ଅଛନ୍ତି ପଞ୍ଚସାଗର

ରାଧିକା ଦୂତିକା ମୂରଲୀଧର ।।

ନରେନ୍ଦ୍ର ସରକୁ କରିଣ ମନ

ଚାପ ଖେଳନ୍ତି ଜଗତ ମୋହନ ।।

ବୋଲେ ବନମାଳୀ ଶ୍ରୀପଦ ଧ୍ୟାୟି

ଚନ୍ଦନ କୁଣ୍ଡେ ପ୍ରବେଶିଲେ ଯାଇଁ ।।

 

(ଅଷ୍ଟାଦଶ ଶତାବ୍ଦୀର କବି ବନମାଳୀ ଜଣେ ପଦାବଳୀ ଲେଖକ ଭାବରେ ସୁପରିଚିତ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରାଗୁଡିକର ପ୍ରତ୍ୟକ୍ଷଦର୍ଶୀ ବର୍ଣ୍ଣନାର ଶୋଭା ଏଠାରେ ଦୁଇଟି କବିତାରେ ଲକ୍ଷ୍ୟ କରିହୁଏ ।)

Image

 

ଆହେ ଦୟାମୟ ବିଶ୍ୱ ବିହାରୀ

 

ଆୟ ଦୟାମୟ ବିଶ୍ୱ ବିହାରୀ

ଘେନ ଦୟା ବହି ମୋର ଗୁହାରି ।।

ଜଳ, ସ୍ଥଳ, ବନ, ଗିରି ଆକାଶ

ତୁମ୍ଭ ଲୀଳା ସବୁଠାରେ ପ୍ରକାଶ ।।

ତୁମେ ଶୁଭ ବୁଦ୍ଧି ପରା ଶିଖାଅ

ତୁମେ ଭଲ ବାଟ ପରା ଦେଖାଅ ।।

ମୋର କାମକୁ କରାଅ ସରସ

ମୋର ମୁଖେ ଦିଅ ଚିର ହରଷ ।।

ତୁମ ଚରଣ ରେ ମୋର ଭକତି

ଦିଅ ବିପଦେ ସାହସ ଶକତି ।।

କୂଟ କପଟ ସ୍ୱଭାବ ଯାହାର

ତାଙ୍କୁ ଦୂରୁଁ ମୁଁ କରଇ ଜୁହାର ।।

ମୋତେ ନ ମିଶାଅ ତାଙ୍କ ସାଥିରେ

ସଦା ରଖ ସାଧୁଜନ କତିରେ ।।

ଦୟା ବିନୟ ହେଉ ମୋ ଭୂଷଣ

କାହା ମନେ ନ ଦିଏଁ ମୁଁ କଷଣ ।।

ଦୁଃଖୀ ଅରକ୍ଷିତ ସେବା କାରଣେ

ବଳ ଦିଅ ମୋର କରଚରଣେ ।।

ସତ କହିବାକୁ କିଆଁ ଡରିବି

ସତ କହି ପଛେ ମଲେ ମରିବି ।।

ମୋତେ ଏତିକି ଶିଖାଅ ସାଇଁ ହେ

ମୋର ଧନ ଜନ ଲୋଡ଼ା ନାହିଁ ହେ ।।

Image